ମୋବାଇଲ କଟକଣା : ୪ ଧାମରେ ୮୪ ଯାତ୍ରୀଙ୍କ ଠାରୁ ଜରିମାନା ଆଦାୟ, ରାମ ମନ୍ଦିରେ ବି ଲାଗିଲା ଏହି ନିୟମ
କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ମନ୍ଦିର ଭିତରେ ଆଉ ଭକ୍ତମାନେ ମୋବାଇଲ ଫୋନ୍ ନେଇ ଯାଇପାରିବେ ନାହିଁ କି ରିଲ୍ସ କରିପାରିବେ ନାହିଁ ବୋଲି ନିକଟରେ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀ ନିର୍ଦ୍ଦେଶ ଦେଇଥିଲେ। ମନା କରାଯିବା ସତ୍ତ୍ବେ କିଛି ପର୍ଯ୍ୟଟକ ଏହାକୁ ଅଣଦେଖା କରିଥିଲେ। ଯେଉଁ କାରଣରୁ ୮୪ଜଣ ଶ୍ରଦ୍ଧାଳୁଙ୍କୁ ରିଲ୍ସ କରିବା ମହଙ୍ଗା ପଡିଛି। ସେମାନଙ୍କ ଠାରୁ ଜୋରିମାନା ରାଶି ଆଦାୟ ହୋଇଛି।
ତେବେ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ରାମ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଭାବରେ ମୋବାଇଲ ଫୋନ୍ ଉପରେ ପ୍ରତିବନ୍ଧକ ଲଗାଇଛି ଟ୍ରଷ୍ଟ । ପ୍ରଥମରୁ ସାଧାରଣ ଜନତାଙ୍କ ପାଇଁ ମୋବାଇଲ ଫୋନ୍ ବାରଣ କରାଯାଇଥିବା ବେଳେ ବର୍ତ୍ତମାନ ଭିଆଇପି ଏବଂ ଭିଭିଆଇପିଙ୍କ ଉପରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି । ଆଇଜି ଏବଂ କମିଶନରଙ୍କ ସମେତ ରାମ ମନ୍ଦିର ଟ୍ରଷ୍ଟର ପଦାଧିକାରୀଙ୍କ ବୈଠକରେ ସର୍ବସମ୍ମତ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।
Powered by Froala Editor