Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, April 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ...

  • ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ...

  • ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ...

  • ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ...

  • ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ...

  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ...

  • ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ...

  • ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ...

  • ଓଭରଟାଇମ୍ କଲେ ମିଳିବ ଦୁଇଗୁଣ ମଜୁରୀ

  • ୧୫ ଏପ୍ରିଲରୁ ଅମରନାଥ ଯାତ୍ରା ପଞ୍ଜିକରଣ

Home ›› ››ଭୋଟ ହାତେଇବାକୁ ବିଜେଡି ଗଚ୍ଛିତ କଳା ଟଙ୍କା ବାଂଟୁଛି: ଗୋଲକ ମହାପାତ୍ର

ଭୋଟ ହାତେଇବାକୁ ବିଜେଡି ଗଚ୍ଛିତ କଳା ଟଙ୍କା ବାଂଟୁଛି: ଗୋଲକ ମହାପାତ୍ର

2024-05-12 13:28:18
13755
Share:
Facebook
Twitter
E-Mail
WhatsApp
Telegram
ଭୋଟ ହାତେଇବାକୁ ବିଜେଡି ଗଚ୍ଛିତ କଳା ଟଙ୍କା ବାଂଟୁଛି: ଗୋଲକ ମହାପାତ୍ର

ଭୁବନେଶ୍ୱର, ତା.୧୨/୦୫: “ନିଷ୍କ୍ରିୟ ଶାସନ ବ୍ୟବସ୍ଥା, ବେକାରୀ ସମସ୍ୟା ଓ ଦାରିଦ୍ର‌୍ୟ, ଭ୍ରଷ୍ଟାଚାର ଓ ଦୁର୍ନିତୀ, ନିମ୍ନ ମାନର ସେବା, ଓଡିଆ ଅସ୍ମିତା ଓ ଅଣ ଓଡିଆଙ୍କ ଆଧିପତ୍ୟ, ନିର୍ବାଚନ ପୂର୍ବରୁ ଅନ୍ଧାରି ବିଜେ” ଏହି ୬ଟି ପ୍ରସଙ୍ଗ ଉପରେ ଭାରତୀୟ ଜନତା ପାର୍ଟି ସ୍ୱର ଉଠାଇବା ପରେ ବିଜେଡି ଛାନିଆ ହୋଇଯାଇଛି । ଓଡ଼ିଶାର ଲୋକଙ୍କୁ ଉତର ଦେବା ପରିବର୍ତେ ଟଙ୍କା ବାଂଟିବା ଆରମ୍ଭ କରିଛି । ଓଡିଆ ଅସ୍ମିତା ବିପଦରେ ଅଛି । ଜଣେ ସାନ ବାବୁ ବଡ ବାବୁ ହେବା ପାଇଁ ବିଫଳ ପ୍ରୟାସ କରୁଛନ୍ତି ଏବଂ ରାଜ୍ୟର ଶାସନକୁ ଆଉ ଜନମତକୁ ହାଇଜାକ୍ କରିଛନ୍ତି । ଏ କଥାକୁ ସମଗ୍ର ରାଜ୍ୟବାସୀ ହୃଦୟଙ୍ଗମ କରିଛନ୍ତି । ଲୋକଙ୍କ ମନକୁ ପରିବର୍ତନ କରି ବିଜେଡିକୁ ଜୋଡେ ଶଙ୍ଖରେ ଭୋଟ ଦେବା ପାଇଁ ବିଜେଡି ନେତା ଓ କର୍ମୀମାନେ ସ୍ୱାଭିମାନୀ ଓଡ଼ିଆ ଭୋଟରଙ୍କୁ ଦୀର୍ଘ ୨୫ବର୍ଷ ହେଲା ଗଚ୍ଛିତ ରଖିଥିବା କଳା ଟଙ୍କା ବାଂଟି ଭୋଟ ହାତେଇବାକୁ ଚେଷ୍ଟା ଚଳାଇଛି । ପୂର୍ବ ନିର୍ବାଚନ ଗୁଡିକରେ ଏହା କରିଆସୁଥିବାବେଳେ ଏଥର ପରାଜୟ ସୁନିଶ୍ଚିତ ଜାଣି ଅଧିକ ମାତ୍ରାରେ ଟଙ୍କା ବଂଟା କାର୍ଯ୍ୟ  ଆପଣାଇଛି ବିଜେଡି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ବିଜେଡି ନିର୍ବାଚନ ପ୍ରଚାରର ପ୍ରଥମ ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନଙ୍କୁ ବ୍ୟବହାର କଲା । ଏନେଇ ବିଜେପି ସିଇଓଙ୍କୁ ଆପତି କଲାପରେ ସରକାରୀ କର୍ମଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । କିନ୍ତୁ ସେଥିରୁ ବିଜେଡି ସଜାଗ ହେଲା ନାହିଁ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସୋମବାର (୧୩ତାରିଖ)ରେ ହେଉ ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଂଟିବା ଆରମ୍ଭ କରିଦେଇଛି । ଲୋକମାନେ ଜୋଡେ ଶଙ୍ଖରେ ଭୋଟ ଦେବା ପାଇଁ ଶନିବାର ରାୟଗଡା ଜିଲ୍ଲା ପୂର୍ବତନ ବିଜେଡି ସଭାପତି ସୁଧିର କୁମାର ଦାସ ନିଜ ଖୋଲା ସ୍ଥାନରେ ଲୋକଙ୍କୁ ୨ହଜାର ଟଙ୍କା ଲେଖାଏଁ ବାଂଟୁଛନ୍ତି ଯାହାର ଭିଡିଓ ଭାଇରାଲ ହୋଇଛି । ଶ୍ରୀ ଦାସଙ୍କ ଏଭଳି କାର୍ଯ୍ୟ ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲଘଂନ କରୁଛି । ରାୟଗଡା ଜିଲ୍ଲା ସଭାପତି ସୁଧିର କୁମାର ଦାସ ଟଙ୍କା ବାଂଟିବା ଭିଡିଓକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ହସ୍ତାନ୍ତର କରିଛୁ । ବିଜେଡି ହାରିବା ଭୟରେ ପ୍ରଥମେ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଥିଲା । ବର୍ତମାନ ଟଙ୍କା ବାଂଟିବା କାର୍ଯ୍ୟରେ ତାଙ୍କ ଲୋକଙ୍କୁ ନିୟୋଜିତ କରିଛି, ଯାହା ନିର୍ବାଚନ ଆଚରଣ ବିଧିକୁ ଖୋଲା ଉଲଘଂନ କରୁଛି । ଶ୍ରୀ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ୧୩ ତାରିଖରେ ହେବାକୁ ଥିବା ୪ଟି ଲୋକସଭା ସହ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନରେ କଡା ନଜର ରଖିବେ । ଟଙ୍କା ବଂଟା କାର୍ଯ୍ୟରେ ଯିଏ ନିୟୋଜିତ ରହିବେ ତାଙ୍କୁ ତୁରନ୍ତ ଗିରଫ କରିବା ଦାବି ରାଜ୍ୟ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

ସେହିପରି କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରାଟ ସାମ୍ରାଜ୍ୟ ରହିଛି । କିନ୍ତୁ ସେ ଦୈନିକ ଖବର କାଗଜରେ  ଜଣେ ଦରିଦ୍ର ଲୋକ, ତାଙ୍କ ପାଖରେ କିଛି ନାହିଁ ବୋଲି କହିବାର ଖବର ପ୍ରକାଶ ପାଇଛି । ଏହି ଖବରକୁ ସେ ଟଙ୍କା ଦେଇ ଛାପିଥିବା ଅଭିଯୋଗ ହେଉଛି । ଶ୍ରୀ ସାମନ୍ତଙ୍କ ଏଭଳି କାର୍ଯ୍ୟ ପାଇଁ ନିର୍ବାଚନ କମିଶନ କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ,  ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ଗୀତାରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Powered by Froala Editor

Tags BJP, BJPOdisha

Related articles Odisha News Lens 4.1

  • ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା
    ଦେଶ-ଦେଶାନ୍ତର

    ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା

    13517
    Apr 14, 2026
  • ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା
    ଦେଶ-ଦେଶାନ୍ତର

    ଆଇଏମ୍‌ଡିର ପୂର୍ବାନୁମାନ : ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା

    15448
    Apr 13, 2026
  • ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ହିଂସାତ୍ମକ ରୂପ
    ଦେଶ-ଦେଶାନ୍ତର

    ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ହିଂସାତ୍ମକ ରୂପ

    14890
    Apr 13, 2026
  • ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ

    15366
    Apr 14, 2026
  •  ଓଭରଟାଇମ୍ କଲେ ମିଳିବ ଦୁଇଗୁଣ ମଜୁରୀ
    ଦେଶ-ଦେଶାନ୍ତର

    ଓଭରଟାଇମ୍ କଲେ ମିଳିବ ଦୁଇଗୁଣ ମଜୁରୀ

    13642
    Apr 13, 2026
  • ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ମୁତୟନ କଲା ଆମେରିକା
    ଦେଶ-ଦେଶାନ୍ତର

    ହର୍ମୁଜକୁ ଅବରୋଧ ପାଇଁ ବିଧ୍ୱଂସକ ଜାହାଜ ମୁତୟନ କଲା ଆମେରିକା

    15584
    Apr 14, 2026
  •  ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ
    ବିଶେଷ

    ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15136
    Apr 13, 2026
  • ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଲେ ଏହା
    ଦେଶ-ଦେଶାନ୍ତର

    ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଲେ ଏହା

    14292
    Apr 13, 2026
  • ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ଗିରଫ
    ଦେଶ-ଦେଶାନ୍ତର

    ବଡ଼ ଧରଣର ପ୍ରଶ୍ନପତ୍ର ଲିକ୍ ଘଟଣା, ୧୫୯ ଗିରଫ

    14332
    Apr 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା

    13517
    Apr 14, 2026
  • ବିଶେଷ

    ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15136
    Apr 13, 2026
  • ଦେଶ-ଦେଶାନ୍ତର

    ୧୫ ଏପ୍ରିଲରୁ ଅମରନାଥ ଯାତ୍ରା ପଞ୍ଜିକରଣ

    14709
    Apr 13, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17417
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17474
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17830
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16302
    Apr 03, 2021

ବିଶେଷ

  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15136
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    15855
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14658
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15638
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14491
    Apr 08, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15332
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15064
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15566
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13863
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶ୍ରମିକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ମଜୁରୀ ୨୧% ବୃଦ୍ଧି ଘୋଷଣା

    13517
    Apr 14, 2026
  • ଆମେରିକା ଓ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ

    15366
    Apr 14, 2026
  • ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଲେ ଏହା

    14292
    Apr 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In