ପ୍ରଥମ ପର୍ୟ୍ୟାୟ: ୪ ଲୋକସଭା ଆସନରେ ପଡିବ ଭୋଟ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ଭୋଟ ପଡିବ । ରାଜ୍ୟର ୪ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ସମେତ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ମତଦାନ ହେବ । ଏହି ୪ ଲୋକସଭା ଆସନ ମଧ୍ୟରୁ ଦୁଇଟି ଆସନ ବ୍ରହ୍ମପୁର ଓ ନବରଙ୍ଗପୁର ବିଜେଡି ଦଖଲରେ ଥିବାବେଳେ କଳାହାଣ୍ଡି ବିଜେପି ଓ କୋରାପୁଟ କଂଗ୍ରେସ ନିୟନ୍ତ୍ରଣରେ ରହିଛି । ଚଳିତ ଥର ନେତାଙ୍କ ଦଳଡିଆଁ କାରଣରୁ ପ୍ରାୟ ସମସ୍ତ ଆସନରେ ପ୍ରାର୍ଥୀ ଓ ପୂର୍ବ ରାଜନୈତିକ ସମୀକରଣରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଥର ୪ ଆସନରେ ୭ ମହିଳାଙ୍କ ସହ ମୋଟ ୩୭ ପ୍ରାର୍ଥୀ ରହିଛନ୍ତି । ପ୍ରାର୍ଥୀଙ୍କ ମଧ୍ୟରେ ବର୍ତ୍ତମାନର ସାଂସଦ ଓ ପୂର୍ବତନ ସାଂସଦ ମଧ୍ୟ ରହିଛନ୍ତି ।
Powered by Froala Editor