ବିନା କାଗଜରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ନାମ କହିବାକୁ ନବୀନଙ୍କୁ ମୋଦୀଙ୍କ ଚ୍ୟାଲେଞ୍ଜ
ଭୁବନେଶ୍ୱର: ଫୁଲବାଣୀ ସଭାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ ମୁଁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚ୍ୟାଲେଞ୍ଜ ଦେଉଛି । ନବୀନ ବାବୁ ବିନା କାଗଜରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ନାମ କୁହନ୍ତୁ । ଜିଲ୍ଲା ଓ ଜିଲ୍ଲାର ମୁଖ୍ୟାଳୟ ନାମ କୁହନ୍ତୁ । ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାମ ଜାଣିନାହାନ୍ତି, ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ କି ବୋଲି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ, ବିଜେପିକୁ ମାତ୍ର ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ୧ ନମ୍ବର କରିଦେବୁ ।
ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ପାଟଖଣ୍ଡା ଓ ମା’ ନାରାୟଣୀଙ୍କୁ ପ୍ରଣାମ ଜଣାଇ ନିଜ ଅଭୀଭାଷଣ ଆରମ୍ଭ କରିବା କ୍ରମରେ ମାତୃଶକ୍ତିର ପ୍ରଶଂସା କରିଥିଲେ ।ଜନସଭା ଆରମ୍ଭରେ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିବା ବୃଦ୍ଧା ତୁଳା ଦେବୀ ଓ ପଦ୍ମ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ । ସେମାନଙ୍କୁ ପ୍ରଣାମ କରିବା ସହ ସମାଜକୁ ସେମାନଙ୍କ ଦୃଷ୍ଟାନ୍ତ ଦେଇଥିଲେ । ପ୍ରଥମେ ବୃଦ୍ଧା ତୁଳା ବେହରାଙ୍କ ତ୍ୟାଗ କଥା ବଖାଣିଥିଲେ । ତୁଳା ବେହେରା ଜଣେ ନିଃସ୍ୱ ମହିଳା । ତାଙ୍କ ପାଖରେ କିଛି ନାହିଁ, କେହି ନାହାଁନ୍ତି । ଭିକ୍ଷା ମାଗି ନିଜ ପେଟ ପୋଷନ୍ତି । କିନ୍ତୁ ଆଶ୍ଚର୍ୟ୍ୟ କଥା ହେଉଛି , ଭିକ୍ଷା ମାଗି ମାଗି ସଞ୍ଚୟ କରିଥିବା ୧ ଲକ୍ଷ ଟଙ୍କା ସେ ନିିଜ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ଦାନ କରିଛନ୍ତି । ତାଙ୍କର କିଛି ଆବଶ୍ୟକତା ରହିଛି ବୋଲି ତୁଳା ବେହେରାଙ୍କୁ ପଚାରିଥିଲେ ମୋଦୀ ହେଲେ ଉତ୍ତରରେ ତୁଳା ବେହେରା କହିଥିଲେ, ତାଙ୍କର କିଛି ଲୋଡା ନାହିଁ ଲୋଡା କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ।
ଏହାପରେ ସେ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଥିବା ଆଦିିବାସୀ ମହିଳା ପୁୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସା କରିଥିଲେ । କହିଥିଲେ, ‘ସେ ହେଉଛନ୍ତି ଆଦିବାସୀ ଭାଷାରେ ଭଜନ , ଜଣାଣ ରଚନା କରୁଥିବା କବୀର, ଯିଏ ଆଦିବାସୀ ଭାଷାରେ ସ୍ୱତଃସ୍ପୁର୍ତ୍ତ ଭାବେ ଭଜନ ଲେଖି ଈଶ୍ୱରଙ୍କୁ ସମର୍ପଣ କରନ୍ତି । ତାଙ୍କ ଭକ୍ତି ଅନନ୍ୟ । ଆଜି କନ୍ଧମାଳରେ ଏହି ଦୁଇ ମା’ଙ୍କ ଆଶୀର୍ବାଦ ମୋତେ ମିଳିଛି । ଦୁଇ ମା’ ଆଜି ମୋତେ ଏଭଳି ଆଶୀର୍ବାଦ ଦେଇଛନ୍ତି ଯାହା ସେ ଜୀବନ ସାରା ଭୁଲିପାରିବେ ନାହିଁ । ଏମିତି ଦୁଇ ମା’ଙ୍କ ଆଜି ମୋତେ ଆଶୀର୍ବାଦ କରିଛନ୍ତି , ଆଜି ମୋତେ ପୁରା କନ୍ଧମାଳର ଆଶୀର୍ବାଦ ତାଙ୍କୁ ମିଳିଛି, ପୁରା ଓଡିଶାର ଆଶୀର୍ବାଦ ମୋତେ ମିଳିଛ, ଯାହା ଓଡିଶାରେ ଏକ ବଡ ପରିବର୍ତ୍ତନର ଉଦାହରଣ’ ।
Powered by Froala Editor