‘ସିକନ୍ଦର’ରେ ସଲମାନଙ୍କ ନାୟିକା ହେବେ ରଶ୍ମିକା

ଅଭିନେତ୍ରୀ ରଶ୍ମିକା ମନ୍ଦାନା ‘ସିକନ୍ଦର’ ଫିଲ୍ମରେ ବଲିଉଡ୍ ସୁପରଷ୍ଟାର ସଲ୍ମାନ ଖାନ୍ଙ୍କ ବିପକ୍ଷରେ ନଜର ଆସିବେ। ଆସନ୍ତା ବର୍ଷ ଇଦ୍ ଉପଲକ୍ଷେ ରିଲିଜ୍ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ରଶ୍ମିକା ଏବଂ ସଲ୍ମାନଙ୍କୁ ଏକାଠି ଦେଖିବାକୁ ମିଳିବ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସଲ୍ମାନଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’ ଏକ ଦମଦାର୍ ଅକ୍ସନ ସିନେମା ହେବ।
ଏହି ଖବର ଶୁଣିବା ପରେ ପ୍ରଶଂସକମାନେ ଖୁବ୍ ଉତ୍ସୁକ ଅଛନ୍ତି। ପ୍ରଥମେ ‘ପୁଷ୍ପା’ ଓ ପରେ ‘ଆନିମଲ୍’ରେ ସଫଳତା ପାଇବା ପରେ ଏହି ଅଭିନେତ୍ରୀ ଏକେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ସଲ୍ମାନଙ୍କ ବିପକ୍ଷରେ ନାୟିକା ହେବା ପରେ ତାଙ୍କ କ୍ୟାରିୟର୍ ଯେ ଆଉ ଏକ ସୋପାନ ଚଢ଼ିବ ଏଥିରେ ସନ୍ଦେହ ନାହିଁ।
ଫିଲ୍ମ ପ୍ରଯୋଜକ ସାଜିଦ୍ ନାଦିଆଡ୍ୱାଲାଙ୍କ ତରଫରୁ ନିଜ ଅଫିସିଆଲ୍ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଗୁରୁବାର ଏହି ଘୋଷଣା କରାଯାଇଛି। ଏ. ଆର୍. ମୁରୁଗାଡୋସ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ୍ଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ ନଜର ଆସିବେ, ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା।
Powered by Froala Editor