ଦିନିକିଆ ଗସ୍ତରେ ଆଜି ଓଡ଼ିଶା ଆସିବେ ରାଜନାଥ ସିଂହ
ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ।
ଦିନ ୧୨ଟା ୪୦ରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୁଲିସ ଗ୍ରାଉଣ୍ଡରେ ପହଞ୍ଚିବେ ରାଜନାଥ ସିଂହ। ଦିନ ଗୋଟାଏରେ ସ୍ଥାନୀୟ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ବିଶାଳ ସାଧାରଣ ସଭାରେ ଉଦବୋଧନ ଦେବେ। ଏଥିରେ ଜିଲ୍ଲା ବିଜେପି ସଭାପତି, ଜିଲ୍ଲା ବିଜେପି ପ୍ରଭାରୀ, କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେଓଙ୍କ ସମେତ ଜିଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ମାନେ ଯୋଗଦେବେ। ଏହାପରେ ଅପରାହ୍ନ ୨ଟା ୪୦ରେ ଭବାନୀପାଟଣାର କାର୍ୟକ୍ରମ ସାରି ରାୟଗଡ଼ା ଅଭିମୁଖେ ଯାତ୍ରା କରିବେ ରାଜନାଥ। ଅପରାହ୍ଣ ୩ଟା ୧୦ରେ ରାୟଗଡ଼ାରେ ଜନସଭାକୁ ସମ୍ବୋଧିତ କରିବେ ରାଜନାଥ।
ସେଠାରେ ସେ ପ୍ରାୟ ୧ ଘଣ୍ଟା ଉପସ୍ଥିତ ରହିବାର କାର୍ୟ୍ୟକ୍ରମ ରହିଛି।
Powered by Froala Editor