ପରିସ୍ରା ନମୂନା ପାଇଁ ପୁନିଆ ସସ୍ପେଣ୍ଡ
ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (NADA) ଦ୍ୱାରା ବଜରଙ୍ଗ ପୁନିଆଙ୍କୁ ସସ୍ପେଣ୍ଡ କରାଯାଇଛି। ଅଲମ୍ପିକ୍ସ ଚୟନ ସମୟରେ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି NADA। ଡୋପ୍ ଟେଷ୍ଟ ପାଇଁ ସାମ୍ପଲ ଦେଇନଥିବାରୁ ପୁନିଆଙ୍କୁ ସସ୍ପେଣ୍ଡ କରାଯାଇଛି। ଏଜେନ୍ସି ପୁନିଆଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସସ୍ପେଣ୍ଡ କରିଛି। ମାର୍ଚ୍ଚରେ ସୋନିପତରେ ହୋଇଥିବା ଡୋପ୍ ଟେଷ୍ଟରେ ପୁନିଆ ସାମ୍ପଲ(ନମୂନା) ଦେଇନଥିବାରୁ ତାଙ୍କୁ ସସ୍ପେଣ୍ଡ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୦ ତାରିଖରେ ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ବଜରଙ୍ଗ ପୁନିଆଙ୍କୁ ତାଙ୍କ ପରିସ୍ରା ନମୁନା ଦେବାକୁ କହିଥିଲା। କିନ୍ତୁ ଷ୍ଟାର ରେସଲର ନାଡାର ଏହି ନିଦ୍ଦେର୍ଶକୁ ଅଣାଦେଖା କରିଥିଲେ। ଏଜେନ୍ସି ତାଙ୍କ ନମୂନ ସଂଗ୍ରହ ପାଇଁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ପୁନିଆ ସହଯୋଗ କରିନାହାନ୍ତି।
ନାଡା ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସିଙ୍କୁ ଏ ବିଷୟରେ ଅବଗତ କରାଇଥିଲା । ଏହାପରେ ବିଶ୍ୱ ଆଣ୍ଟି ଡୋପିଂ ନାଡାକୁ କହିଥିଲା କି, ଏକ ନୋଟିସ୍ ଜାରି କରି ବଜରଙ୍ଗ ପୁନିଆଙ୍କୁ ପ୍ରଶ୍ନ କରାଯାଉ କି ସେ ପରିସ୍ରା ନମୁନା ଦେବାକୁ କାହିଁକି ମନା କଲେ ଏହା ପଛର ଉଦ୍ଦେଶ୍ୟ କ’ଣ?
ଏହାପରେ ନାଡା ଏପ୍ରିଲ୨୩ ରେ ବଜରଙ୍ଗ ପୁନିଆଙ୍କୁ ଏକ ନୋଟିସ୍ ପଠାଇ ମଇ ୭ ତାରିଖ ମଧ୍ୟରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛି। । ନାଡା ପ୍ରଶ୍ନର ଉତ୍ତର ଦେଲେ ଯାଇ ବଜରଙ୍ଗ ପୁନିଆଙ୍କ ବିରୋଧ ହୋଇଥିବା ଏହି ଅଭିଯୋଗର ଆଗାମୀ ଶୁଣାଣି ହୋଇପାରିବ।
ତେବେ ପ୍ରତିବନ୍ଧକ ହଟାନଯିବା ପର୍ଯ୍ୟନ୍ତ ପୁନିଆ କୌଣସି ଟୁର୍ଣ୍ଣାମେଣ୍ଟ କିମ୍ବା ଟ୍ରାଏଲ୍ସରେ ଭାଗ ନେଇପାରିବେ ନାହିଁ। ଏପରିକି ଅଲମ୍ପିକ୍ସ ଟ୍ରାଏଲ ପାଇଁ ମଧ୍ୟ ଯୋଗ୍ୟ ହୋଇନପାରନ୍ତି ବୋଲି କୁହାଯାଉଛି।
Powered by Froala Editor