ଟ୍ରକ୍ ଧକ୍କାରେ ଯୁବକ ମୃତ
ବାସୁଦେବପୁର : ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡ଼ା ସଂସ୍କୃତ ମହାବିଦ୍ୟାଳୟ ଛକରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ। ମୃତ ଯୁବକ ଜଣଙ୍କ ବେତଡା ବରଣ୍ଡୁଆ ନଛିବିନ୍ଧା ଗାଁର ଶୁଭ୍ରାଂସୁ ଦାସ ବୋଲି ଜଣାପଡିଛି। ଶୁଭ୍ରାଂସୁ ବାଇକରେ ବାସୁଦେବପୁରରୁ ଘରକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୁରଣ ଦାବିରେ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ମୃତକ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାରଙ୍କ ସହ ପୁଲିସ ପ୍ରଶାସନ ପହଁଞ୍ଚି ବୁଝାସୁଝା କରୁଛି।
Powered by Froala Editor