ଏହି ସବୁ ପର୍ଯ୍ୟଟନ କ୍ଷେତ୍ର ଏହି ଦିନ ବନ୍ଦ ଜାଣନ୍ତୁ

ଭୁବନେଶ୍ୱର : କରୋନା ଯୋଗୁଁ ଶୀତ ଦିନେ ପର୍ଯ୍ୟଟକମାନେ କୌଣସି ସ୍ଥାନକୁ ପରିଦର୍ଶନ କରିପାରିନଥିବାରୁ ଖରାଦିନ ସତ୍ୱେ ବି ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଓ ପ୍ରସିଦ୍ଧ ମନ୍ଦିରରେ ଭିଡ଼ ପରିଲକ୍ଷିତ ହେଉଛି । ତେବେ ସମ୍ପ୍ରତି କରୋନାର ଦ୍ୱିତୀୟ ଲହର ଆସିଯାଇଥିବାରୁ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି । ଏହାକୁ ଆଖିଆଗରେ ରଖି ସପ୍ତାହର ନିର୍ଦ୍ଧିଷ୍ଟ ଦିନରେ ପର୍ଯ୍ୟଟନ କ୍ଷେତ୍ର ଓ ଶକ୍ତିପୀଠକୁ ବନ୍ଦ ରଖିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି ।
କରୋନା ସଂକ୍ରମଣ ଆଶଙ୍କାରେ ଗଞ୍ଜାମ ଜିଲ୍ଲାପାଳ କେତେକ କଟକଣା ଜାରି କରିଛନ୍ତି । ଏଣିକି ପ୍ରତି ଶନିବାର ଓ ରବିବାର ଗୋପାଳପୁର ଓ ସୁନାପୁର ବିଚ ବନ୍ଦ ରହିବ । ସେହିପରି ସୋମବାର ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଅପରପକ୍ଷରେ ପ୍ରତି ବୁଧବାର ମା’ ତାରାତାରିଣୀ ମନ୍ଦିର ବନ୍ଦ ରଖିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ବ୍ରହ୍ମପୁରବାସୀ ଓ ପର୍ଯ୍ୟଟକମାନେ ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ରାଜ୍ୟରେ ଆଉ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୬ ହଜାର ୮୦୮ରେ ପହଁଚିଛି ।