ବସଷ୍ଟାଣ୍ଡରୁ ଉଦ୍ଧାର ହେଲା ଶିଶୁକନ୍ୟାର ମୃତଦେହ
ପୁରୀ : ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ବସଷ୍ଟାଣ୍ଡରୁ ୨ମାସର ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ବସଷ୍ଟାଣ୍ଡ ଭିତରେ କିଏ ଏହି ମୃତ ଶିଶୁକନ୍ୟାକୁ ଟଏଲେଟ ନିକଟରେ ଫୋପାଡି ଦେଇ ଚାଲିଯାଇଛି।
ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡା ପୁଲିସ ପହଞ୍ଚି ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୁରୀ ବଡ଼ ମେଡିକାଲକୁ ପଠାଇଛି। ଏହାସହ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Powered by Froala Editor