ପ୍ରଚାର ଆରମ୍ଭ କଲେ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ
ଫୁଲବାଣୀ: ଫୁଲବାଣୀ ପୌରାଞ୍ଚଳରେ ବିଜୁ ଜନତା ଦଳର ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଡ.ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକା ପ୍ରାର୍ଥୀ ଜୟଶ୍ରୀ କହଁର ଏକ ଵାଇକ ଶୋଭାଯାତ୍ରାରେ ମାଦିକୁନ୍ଦା ଛକରୁ ବାହାରି ବିଜୁ ପଟ୍ଟନାୟକ ଛକ,କୋର୍ଟ ଛକ ଓ ଜଗନ୍ନାଥ ମନ୍ଦିର ଛକ ଦେଇ ପୌରାଞ୍ଚଳର ବିଭିନ୍ନ ୱାର୍ଡ ପରିକ୍ରମା କରି ଭୋଟ ଭିକ୍ଷା କରିଥିଲେ। ଅଚ୍ୟୁତ ସାମନ୍ତ ଓ ଶ୍ରୀମତୀ କହଁର ପ୍ରଥମେ ବିଜୁ ପଟ୍ଟନାୟକ ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇ ଶ୍ରୀ ସାମନ୍ତ କହିଥିଲେ, ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ପ୍ରଗତିର ରଥ ଆଗେଇ ଚାଲିଛି।
Powered by Froala Editor