ଗାଡି ଧକ୍କାରେ ମହିଳା ମୃତ
ଗୋପାଳପୁର: ଡେଥ ଜୋନ ଭାବେ ପରିଚିତ ଜାତୀୟ ରାଜପଥ ନଂ ୧୬ ରେ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ପିକ ଅପ ଗାଡି ଧକ୍କା ରେ ଜୀବନ ଚାଲି ଯାଇଥିବା ବେଳେ ୨ ଦିନରେ ୩ ଟି ଅମୂଲ୍ୟ ଜିବନ ଚାଲିଯାଇଛି। ଆଜି ଭୋର୍ ୫ ଟା ବେଳେ ଜଣେ ପରିବା ବିକ୍ରି କରିବାକୁ ଆସିଥିବା ମହିଳା ଜଣଙ୍କ ରାସ୍ତା ପାର ହେଉଥିବା ବେଳେ ଏକ ପିକ ଅପ ଭ୍ୟାନ ଧକ୍କା ଦେବା ସହ ଚଢ଼ି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା ଜଣକ ହେଉଛନ୍ତି ଚିକରଡା ଗ୍ରାମର ମାଳତୀ ବେହେରା( ୬୫) ବୋଲି ପୁଲିସ ସୂଚନା ଦେଇଛି। ଘଟଣା ପରେ ରଣ୍ଢା ଅଞ୍ଚଳର ଅଞ୍ଚଳବାସୀ ଙ୍କ ପକ୍ଷରୁ ବାରମ୍ବାର ଏପରି ଦୁର୍ଘଟଣା ମାନ ଘଟୁଥିବାରୁ ଓଭରବ୍ରିଜ ନିର୍ମାଣ ଦାବି ନେଇ ଜାତୀୟ ରାଜପଥ ଅବରୋଧ କରିଥିଲେ।
Powered by Froala Editor