କରୋନା ନେଲା ଆଉ ୪୨ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪୨ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୩୫୫୦ରେ ପହଁଚିଛି । ଏଯାବତ ରାଜ୍ୟରେ ୮ ଲକ୍ଷ ୭୩ ହଜାର ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ଲକ୍ଷ ୨୯ ହଜାର ୮୫୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମ୍ପ୍ରତି ୪୦୪୭୧ ଜଣ ଚିକିତ୍ସିତ ହେଉଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨, ବାଲେଶ୍ୱରରେ ୩, କଟକରେ ୪, ଝାରସୁଗୁଡ଼ାରେ ୪, କଳାହାଣ୍ଡିରେ ୧, କେନ୍ଦ୍ରାପଡ଼ାରେ ୩, ଖୋର୍ଦ୍ଧାରେ ୬, କୋରାପୁଟରେ ୩, ମାଲକାନାଗିରିରେ ୨, ମୟୂରଭଞ୍ଜରେ ୨, ନୂଆପଡ଼ାରେ ୨, ପୁରୀରେ ୪, ରାୟଗଡ଼ାରେ ୧, ସୁବର୍ଣ୍ଣପୁରରେ ୧ ଓ ସୁନ୍ଦରଗଡ଼ରେ ୪ ଜଣଙ୍କର ମୃତୁ୍ୟ ହୋଇଛି ।
ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୩୮, ବାଲେଶ୍ୱରରେ ୨୬୧, ବରଗଡ଼ରେ ୫୨, ଭଦ୍ରକରେ ୧୩୯, ବଲାଙ୍ଗୀରରେ ୪୦, ବୌଦ୍ଧରେ ୩୧, କଟକରେ ୩୯୬, ଦେବଗଡ଼ରେ ୨୨, ଗଜପତିରେ ୨୭, ଗଞ୍ଜାମରେ ୨୬, ଜଗତସିଂହପୁରରେ ୧୦୮, ଯାଜପୁରରେ ୨୮୫, ଝାରସୁଗୁଡ଼ାରେ ୧୦, କଳାହାଣ୍ଡିରେ ୩୫, କନ୍ଧମାଳରେ ୪୧, କେନ୍ଦ୍ରାପଡ଼ାରେ ୧୧୧, କେନ୍ଦୁଝରରେ ୪୭, ଖୋର୍ଦ୍ଧାରେ ୫୫୩, କୋରାପୁଟରେ ୭୨, ମାଲକାନାଗିରିରେ ୩୮, ମୟୂରଭଞ୍ଜରେ ୧୬୨, ନବରଙ୍ଗପୁରରେ ୬୦, ନୟାଗଡ଼ରେ ୧୪୨, ନୂଆପଡ଼ାରେ ୨୦, ପୁରୀରେ ୨୧୭, ରାୟଗଡ଼ାରେ ୯୪, ସମ୍ବଲପୁରରେ ୩୨, ସୋନପୁରରେ ୩୦, ସୁନ୍ଦରଗଡ଼ରେ ୭୮ ଓ ରାଜ୍ୟ ପୁଲରେ ୮୨ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor