୪ ଦିନ କାଳବୈଶାଖୀ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ବଢିଚାଲିଥିବା ବେଳେ କିଛି ସ୍ଥାନରେ ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପୁଛି । ତେବେ କେତେକ ସ୍ଥାନରେ ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା ଆଶଙ୍କା ରହିଛି ।
ଗତକାଲି ରାଜ୍ୟର ୯ଚି ସହରର ତାପମାତ୍ରା ୪୦ ଡିଗ୍ରୀ ପାର ହୋଇଥିଲା । ଟିଟଲାଗଡ ୪୨ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ପାଲଚିଥିଲା । ତେବେ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୧୧ ଟି ଜିଲ୍ଲାରେ କାଳବୈଶାଖୀ ଓ ବିଜୁଳି ମାରିବା ସମ୍ଭାବନା ରହିଛି । ତେଣୁ ଆଜି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡା, କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ସମୟରେ ପବନର ବେଗ ଅଧିକ ରହିବ । ଏହି ପରି ଆସନ୍ତା ୪ଦିନ କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ ।