ବିଜେପିରେ ମିଶିଲେ ଗୀତାଞ୍ଜଳି ସେଠୀ
ଭୁବନେଶ୍ୱର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ ଦଳରେ ମିଶୁଛନ୍ତି ।ଏହି କ୍ରମରେ ଆଜି ଜଣେ ବିଜେଡି ନେତ୍ରୀ ଦଳ ଛାଡ଼ୁ ଛାଡ଼ୁ ବିଜେପିରେ ମିଶିଛନ୍ତି ।
ସେ ହେଉଛନ୍ତି ଗୀତାଞ୍ଜଳି ସେଠୀ । କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଆଜି ବିଜେଡିକୁ ବାଏ ବାଏ କରିଦେଇଥିଲେ । ଏନେଇ ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଦେଇଥିଲେ । କେନ୍ଦ୍ରାପଡ଼ାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେ ବିଜେଡି ଛାଡ଼ିଥିବା ଗୀତାଞ୍ଜଳି କହିଥିଲେ ।
ତେବେ ବିଜେଡି ଛାଡ଼ୁ ଛାଡ଼ୁ ସେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମଧରିଛନ୍ତି ।
କେନ୍ଦ୍ରାପଡା ଆସନ ପାଇଁ ବିଜେଡିରୁ ଗୀତାଞ୍ଜଳି ପ୍ରମୁଖ ଦାବିଦାର ଥିଲେ । କିନ୍ତୁ ଗଣେଶ୍ୱରଙ୍କୁ ଦଳରେ ସାମିଲ କରି ପରବର୍ତ୍ତୀ ସମୟରେ କେନ୍ଦ୍ରାପଡାରେ ପ୍ରାର୍ଥୀ କରିବାକୁ ନେଇ ଗୀତାଞ୍ଜଳି ଅସନ୍ତୁଷ୍ଟ ଥିବା ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି । କିନ୍ତୁ ନିର୍ବାଚନ ପୂର୍ବରୁ ଗୀତାଞ୍ଜଳି ଦଳ ଛାଡି ବିଜେଡିକୁ ବଡ ଝଟକା ଦେଇଛନ୍ତି । ଏହାପୂର୍ବରୁ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ମଧ୍ୟ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ।
Powered by Froala Editor