ଟେଲିଗ୍ରାମ ଜରିଆରେ ଲୋକଙ୍କୁ ଠକୁଥିଲେ, ଗିରଫ ହେଲେ
ଭୁବନେଶ୍ୱର: କମିସନରେଟ ପୁଲିସ ହାତରେ ଧରାପଡିଛନ୍ତି ସାଇବର ଠକ ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗ। ସାଇବର ଥାନା ପୁଲିସ ଗ୍ୟାଙ୍ଗର ୪ଜଣ ଠକଙ୍କୁ ଗିରଫ କରିଛି। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ହେଉଛି ଏକାମ୍ର ବିହାରରେ ରହୁଥିବା ତୃପ୍ତି ରଞ୍ଜନ ପାତ୍ର ଓ ତାଙ୍କ ସ୍ତ୍ରୀ ବନଲତା ସାହୁ। ଉଭୟ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଏକାମ୍ର ବିହାରରେ ରହୁଥିଲେ। ଅନ୍ୟ ଦୁଇଜଣ ହେଲେ ବଲାଙ୍ଗୀର ଜିଲାର ମାନସ ରଞ୍ଜନ ସୁନା ଓ ଏୟାରଫିଲ୍ଡ ଥାନା କଣ୍ଟିଲୋ ଗ୍ରାମର ନିହାର ରଞ୍ଜନ ପାଇକରାୟ।
ଡିସିପିଙ୍କ ସୂଚନା ଅନୁସାରେ ଟେଲିଗ୍ରାମ ଜରିଆରେ ଲୋକଙ୍କୁ ଠକୁଥିଲେ ଏହି ଗ୍ୟାଙ୍ଗ। କଲ କରି ଇନଭେଷ୍ଟମେଣ୍ଟ କରି ୨୦ ପ୍ରତିଶତ ହାରରେ ଟଙ୍କା ପାଇବା ପାଇଁ ଟେଲିଗ୍ରାମ ଜରିଆରେ ଲୋକଙ୍କୁ ଠକୁଥିଲେ ଏହି ଗ୍ୟାଙ୍ଗ ଦେଉଥିଲା ଗ୍ୟାଙ୍ଗ। ଆକାଉଣ୍ଟ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଲୋକଙ୍କୁ ଚୁନା ଲଗାଉଥିଲେ। ଗତ ୧୧ତାରିଖରେ ମଞ୍ଚେଶ୍ୱର ଥାନା ଅଂଚଳର ଅବଦୁଲ ଆକବର ଖାନ ଏହି ଠକେଇର ଶିକାର ହେବା ପରେ ଥାନାରେ ଅଭିଯୋଗ କରିଥିଲେ। ପାଖାପାଖି ୧୧ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିଲେ ଅବଦୁଲ। ଏହାପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା।
Powered by Froala Editor