୭୭ ବର୍ଷରେ ଭାରତର ଜନସଂଖ୍ୟା ଦୁଇଗୁଣ ହେବ
ଚୀନ୍ ପରେ ଭାରତ ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ । ଜନଗଣନା ୨୦୧୧ରେ ଦେଶର ଜନସଂଖ୍ୟା ୧୨୧ କୋଟି ଥିଲା । ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA) ଭାରତର ସର୍ବଶେଷ ଜନସଂଖ୍ୟା ରିପୋର୍ଟ ପ୍ରକାଶ କରିଛି। ଯାହା ଅନୁଯାୟୀ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇପାରିଛି। ଭାରତର ଜନସଂଖ୍ୟା ୧୪୪ କୋଟିରେ ପହଞ୍ଚିଛି। ଏଥିରେ ୨୪ପ୍ରତିଶତ ଜନସଂଖ୍ୟା ଶୂନରୁ ରୁ ୧୪ ବର୍ଷ ତଳେ ରହିଛି ।
ଏହି ରିପୋର୍ଟରେ ମଧ୍ୟ ଆକଳନ କରାଯାଇଛି ଯେ ୭୭ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟା ଦୁଇଗୁଣ ହେବ। ରିପୋର୍ଟରେ କୁହାଯାଇଛି ଯେ ଭାରତରେ ମାତୃ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି। ଯାହାକି ବିଶ୍ୱରେ ମାତ୍ର ୮ ପ୍ରତିଶତ ଅଟେ । ଭାରତରେ ଏହି ସଫଳତାର ଶ୍ରେୟ ଜନସାଧାରଣଙ୍କୁ ସୁଲଭ ତଥା ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ତଥା ଲିଙ୍ଗଗତ ଭେଦଭାବ ହ୍ରାସ କରିବା ପାଇଁ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି । ୟୁଏନଏଫପିଏ ଗ୍ଲୋବାଲ ଜନସ୍ୱାସ୍ଥ୍ୟ ରିପୋର୍ଟକୁ ଦର୍ଶାଇ କହିଛି ଯେ ଏହି ସର୍ଭେରୁ ଜଣାପଡିଛି ଯେ ଭାରତର ୬୪୦ ଟି ଜିଲ୍ଲାର ଏକ ତୃତୀୟାଂଶ ମାତୃ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିଛନ୍ତି।
ସୁଲଭ, ଗୁଣାତ୍ମକ ମାତୃ ସ୍ୱାସ୍ଥ୍ୟ ସେବାର ଉନ୍ନତ ଉପଲବ୍ଧତା ଏବଂ ସ୍ୱାସ୍ଥ୍ୟ ଫଳାଫଳ ଉପରେ ଲିଙ୍ଗଗତ ଭେଦଭାବର ପ୍ରଭାବକୁ ଦୂର କରିବା ପାଇଁ ପ୍ରୟାସ ଯୋଗୁଁ ଭାରତର ସଫଳତାକୁ ଦାୟୀ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି।
Powered by Froala Editor