ଛତିଶଗଡ଼ରେ ବଡ଼ ସଫଳତା : ୧୮ ନକ୍ସଲ ନିହତ
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ ମଧ୍ୟରେ ମାଓବାଦୀ ସଂଗଠନର କିଛି ଟପ ଲିଡର ରହିଛନ୍ତି। ନକ୍ସଲ ସଂଗଠନର ଟପ୍ ନେତା ଶଙ୍କର ରାଓର ମୃତଦେହକୁ ପୁଲିସ୍ ଚିହ୍ନଟ କରିଛି। ତା’ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏକାଧିକ ହିଂସା ଓ ଆକ୍ରମଣ ଘଟଣାରେ ଶଙ୍କର ରାଓ ସାମିଲ ଥିଲା।
ସେହିପରି ମାଓଙ୍କ ସହ ଲଢେଇ କରିବାବେଳେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଥାଉ କି, ଆଜି କାଙ୍କେର ସ୍ଥିତ ଛୋଟେବେତିୟା ପୋଲିସ ଷ୍ଟେସନରେ ଥିବା ଗୋଟିଏ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ଡିଆରଜି ଯବାନ ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଏହି ସର୍ଚ୍ଚ ଅପରେଶନରେ ୧୮ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
Powered by Froala Editor