ଜେଲ ଭିତରୁ ମୁଖ୍ୟମନ୍ତ୍ରୀ ଲେଖିଲେ ଚିଠି, ଲୋକଙ୍କ ନିକଟକୁ ପଠାଇଲେ ଏଭଳି ବାର୍ତ୍ତା
ତିହାର ଜେଲ ଭିତରୁ ଦିଲ୍ଲୀବାସୀଙ୍କ ନିକଟକୁ ଚିଠି ଲେଖିଲେ ଅରବିନ୍ଦ କେଜ୍ରିଓ୍ୱାଲ।'ମୋ ନାଁ ଅରବିନ୍ଦ କେଜ୍ରିଓ୍ୱାଲ'। ମୁଁ ଆତଙ୍କବାଦୀ ନୁହେଁ। ପ୍ରଧାନମନ୍ତ୍ରୀ ଜୀ ଆପଣଙ୍କୁ ଲାଜ ଲାଗୁ ନାହିଁ କି? ଆପଣ ଘୃଣାରେ ଏତେ ଅନ୍ଧ ହୋଇଯାଇଛନ୍ତି ଯେ, ମୋତେ ମୋ ପରିବାରକୁ ଦେଖା କରିବାକୁ ଦେଉ ନାହାନ୍ତି। ଆପଣ ଯେତେ ବଳ ପ୍ରୟୋଗ କଲେ ମଧ୍ୟ ମୁଁ ଭାଙ୍ଗିବି ନାହିଁ। ମୁଁ ଏ ଦେଶର ପୁଅ ତଥା ଲୋକମାନଙ୍କର ସେବକ ଭାବେ କାମ କରିବି।' ତିହାର ଜେଲ ଭିତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଲୋକଙ୍କ ନିକଟକୁ ଏଭଳି କିଛି ବାର୍ତ୍ତା ପଠାଇଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ନେତା ସଞ୍ଜୟ ସିଂହ ତିହାର ଜେଲରୁ କେଜ୍ରିଓ୍ୱାଲ ଦିଲ୍ଲୀବାସୀଙ୍କ ପାଇଁ ଲେଖିଥିବା ଚିଠିକୁ ପଢ଼ିଛନ୍ତି। ଏଥିସହ ସେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ପ୍ରଧନାମନ୍ତ୍ରୀଙ୍କ ମନରେ କେଜ୍ରିଓ୍ୱାଲଙ୍କ ପ୍ରତି ଘୃଣା ଭାବନା ଭର୍ତ୍ତି ହୋଇ ରହିଛି। ଏଥିପାଇଁ ସେ ଦେଶର ରାଜଧାନୀର ମୁଖ୍ୟମନ୍ତ୍ରୀଙ୍କ ସହ ଏଭଳି ବ୍ୟବହାର କରୁଛନ୍ତି। ତାଙ୍କୁ ୨୪ ଘଣ୍ଟା ସିସିଟିଭି ସର୍ଭେଲାନ୍ସରେ ରଖାଯାଇ ନିର୍ଯାତନା ଦିଆଯାଇଛି ବୋଲି ଆପ୍ ନେତା ଅଭିଯୋଗ କରିଛନ୍ତି।
Powered by Froala Editor