ମହଙ୍ଗା ମାଡ଼: ଆଳୁ କେଜି ଛୁଇଁଲାଣି ୩୦ ଟଙ୍କା
ଭୁବନେଶ୍ବର: ନିର୍ବାଚନ ବର୍ଷରେ ମହଙ୍ଗା ମାଡ଼ ଲୋକଙ୍କୁ ଆଉଟ ପାଉଟ କରିବା ଆରମ୍ଭ କଲାଣି। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କେଜି ପିଛା ୩୦ ଟଙ୍କା ଛୁଇଁଛି। ହରଡ଼ ଡାଲି ୮ ଟଙ୍କା ଓ ପାମୋଲିନ୍ ତେଲ ୫ ଟଙ୍କା ବଢ଼ିଗଲାଣି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଏମିତି ଉଚ୍ଚା ଦର ସାଧାରଣ ଖାଉଟିଙ୍କ ପକେଟକୁ ଢେର୍ ବାଧୁଛି।
ବିଶେଷ କରି ଆଳୁ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ୧୫ ଦିନରେ ଏହି ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ୧୦ ଟଙ୍କା ମହଙ୍ଗା ହୋଇଛି। ୧୫ ଦିନ ତଳେ ଆଳୁ କେଜି ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା। ସପ୍ତାହକ ତଳେ ହଠାତ୍ କେଜି ୨୫ ଟଙ୍କା ହୋଇଥିଲା। ଆଉ ଏବେ କେଜି ୩୦ ଟଙ୍କା ଛୁଇଁଛି।
Powered by Froala Editor