ଇସ୍ରାଏଲ୍ ଜାହାଜ ଜବତ କଲା ଇରାନ

ଇରାନ ଓ ଇସ୍ରାଏଲ ବିବାଦ ଏବେ ଚରମସୀମାରେ ପହଞ୍ଚିଛି। ଶନିବାର ଇରାନର ସମୁଦ୍ର ତଟରକ୍ଷୀ ହର୍ମୁଜ୍ ଷ୍ଟ୍ରେଟ୍ରେ ଇସ୍ରାଏଲ ସହ ଜଡ଼ିତ ଏକ ମାଲ୍ ପରିବହନ ଜାହାଜ ଜବତ କରିଛନ୍ତି। ଏହି ଜାହାଜରେ ୧୭ ଜଣ ଭାରତୀୟ ମଧ୍ୟ ଅଛନ୍ତି, ଯାହା ପରେ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାରଙ୍କ ଚିନ୍ତା ବଢ଼ିଛି।
ଜାହାଜ ଜବତ କରିବା ଘଟଣାକୁ ନେଇ ଇସ୍ରାଏଲ ସିଧାସଳଖ ଇରାନକୁ ଧମକ ଦେଇଛି। ଇସ୍ରାଏଲ ଆର୍ମି କହିଛି ଯେ ଜାହାଜ ଜବତ କରିବା ଘଟଣାର ପରିଣାମ ଇରାନକୁ ଭୋଗିବାକୁ ପଡ଼ିବ। ସ୍ଥିତିକୁ ଆହୁରି ଖରାପ କରିବା ପାଇଁ ଇରାନର ଏପରି ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ। ଦେଶର ଏହାର ଭୟଙ୍କର ପରିଣାମ ଭୋଗିବ।
ଇରାନ କହିଛି, ଏହି କାର୍ଯ୍ୟ ଯୋଗୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ପରିବହନ ମାର୍ଗ ବନ୍ଦ କରିପାରେ। ଇରାନ ମଧ୍ୟ ସିରିଆ କନ୍ସୁଲେଟ ଉପରେ ଇସ୍ରାଏଲର ଆକ୍ରମଣର ପ୍ରତିଶୋଧ ନେବ ବୋଲି ଚେତାବନୀ ଦେଇଛି।
ଏଥି ସହିତ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଭାରତ ଇସ୍ରାଏଲ କଣ୍ଟେନର ଜାହାଜରେ ଥିବା ସମସ୍ତ ଭାରତୀୟଙ୍କ ନିରାପଦ ମୁକ୍ତି ପାଇଁ ଇରାନ ସହ ଯୋଗାଯୋଗ କରିଛି।
Powered by Froala Editor