ଆତ୍ମାଙ୍କ ସହ କଥା ହୁଅନ୍ତି ମହିଳା : ଭିକ୍ଟୋରିଆ ଯୁଗର ମୃତ ସୈନକଙ୍କ ଆତ୍ମାକୁ ବିବାହ ବି କରିଛନ୍ତି
ଭାରତରେ ଅଜବ ଅଜବ ପ୍ରଥା ଅନୁଯାୟୀ ଗଛ, ପଶୁ ମାନଙ୍କୁ ବିବାହ କରିଦିଆଯାଏ । ହେଲେ ବ୍ରିଟେନରେ ଜଣେ ମହିଳା ଭୂତକୁ ବାହା ହୋଇଛନ୍ତି । ତାଙ୍କ ସହ କଥା ହେଉଛନ୍ତି । ରିପୋର୍ଟ ଅନୁଯାୟୀ, ବ୍ରିଟେନର ଅକ୍ସଫୋର୍ଡଶାୟାରର ବାସିନ୍ଦା ବ୍ରୋକାର୍ଡ ନାମକ ଜଣେ ୪୦ ବର୍ଷୀୟା ମହିଳା କହିଛନ୍ତି, ସେ ଭିକ୍ଟୋରିଆ ଯୁଗର ସୈନିକ ଏଡୁଆର୍ଡୋଙ୍କ ଆତ୍ମାକୁ ଭଲ ପାଉଥିଲେ। ୨୦୨୨ରେ ବର୍ଷା ରାତିରେ ସେହି ଆତ୍ମା ତାଙ୍କ କୋଠରିରେ ପ୍ରବେଶ କରିଥିଲା। ଧୀରେ ଧୀରେ ସେ ବ୍ରୋକାର୍ଡଙ୍କୁ ଦେଖିବା ଆରମ୍ଭ କଲେ ଏବଂ ଦୁହେଁ ପ୍ରେମରେ ପଡ଼ିଗଲେ। ଦୁହେଁ ବିବାହ କରିଥିଲେ କିନ୍ତ ୨୦୨୩ରେ ଅର୍ଥାତ୍ ଗୋଟିଏ ବର୍ଷ ପରେ ସେ ସମ୍ପର୍କ ଭାଙ୍ଗି ଦେଇଥିଲେ।
ସେ କୁହନ୍ତି, ଆତ୍ମା ତାଙ୍କୁ ପ୍ରତାରଣା କରିଛନ୍ତି ଏବଂ ତାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଅଛି। ସମ୍ପର୍କ ଶେଷ ପରେ ମଧ୍ୟ ତାଙ୍କ ପ୍ରେମିକ ତାଙ୍କୁ ଗୋଡ଼ାଇବାରେ ଲାଗିଲେ, ତେଣୁ ସେ କଳା ଯାଦୁ ଉପରେ ତାଲିମ ନେଇଥିଲେ। ସେ ଟ୍ରେନିଂ ନେବାକୁ ରୋମାନିଆ ଯାଇଥିଲେ। ଦେଶର ସବୁଠାରୁ ପ୍ରସିଦ୍ଧ ଯାଦୁଗର ମିହେଲା ମିନକା ବୁଖାରେଷ୍ଟରେ ରୁହନ୍ତି, ଜଣେ ମହିଳା ଯାଦୁ, କଳା ଯାଦୁ ଏବଂ ଭୂତମାନଙ୍କ ସହ ଯୋଗାଯୋଗ କରିବାର ଶକ୍ତି ହାସଲ କରିଥିଲେ।
ସେ ଆତ୍ମାଙ୍କ ସହ କଥା ହୋଇପାରିବେ। ପ୍ରକୃତରେ ତାଙ୍କ ସ୍ବାମୀଙ୍କଠାରୁ ରକ୍ଷା ପାଇବା ପାଇଁ ସେ ଜଣେ ଯାଦୁଗର ହେବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଏହି ମହିଳା ଅନ୍ୟମାନଙ୍କୁ ଭୂତମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଶିଖାଉଛନ୍ତି ଏବଂ ଭୂତମାନଙ୍କ ସହିତ କଥାବାର୍ତ୍ତା କରିବା ତାଙ୍କର ଷ୍ଟାଇଲ୍ରେ ପରିଣତ ହୋଇଛି।
Powered by Froala Editor