ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ
ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ମାନେଶ୍ୱର ଠାରେ ଶ୍ରୀରାମ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ଗୋବିନ୍ଦପାଲି ଠାରେ ସାମାଜିକ ସଙ୍ଗଠନ ‘ସେବା ଭାରତୀ’ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ସାମିଲ ହୋଇଥିଲେ। ରକ୍ତଦାନ ଭଳି ମହତ କାର୍ଯ୍ୟରେ ସମ୍ବଲପୁରର ଯୁବବର୍ଗଙ୍କ ଯୋଗଦାନ ପ୍ରଶଂସନୀୟ ବୋଲି କହିବା ସହିତ ସଙ୍ଗଠନର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ ଧର୍ମେନ୍ଦ୍ର। ଠେଲକୋପଡା ଠାରେ ଚାଲିଥିବା ମାଁ ବୁଢ଼ୀ ମାଁଙ୍କ ଯାତ୍ରାରେ ସାମିଲ ହୋଇ ଆର୍ଶୀବାଦ ନେଇଥିଲେ। ଏଥିସହ ସ୍ଥାନୀୟ କ୍ଷେତରାଜପୁର ଠାରେ ଆୟୋଜିତ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କର ସାଙ୍ଗଠନିକ ବୈଠକରେ ଯୋଗଦେଇ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ।
Powered by Froala Editor