ସ୍ତ୍ରୀର ରିଲ୍ସ ନିଶା ଉତୁରୁନଥିଲା, ଆତ୍ମହତ୍ୟା କରିଦେଲା ସ୍ୱାମୀ

ପତ୍ନୀଙ୍କ ରିଲ୍ସ ନିଶା ପାଇଁ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି। ଏ ଘଟଣା ରାଜସ୍ଥାନ ଅଲବରର । ମୃତକ ଜଣକ ସିଦ୍ଧାର୍ଥ ବୋଲି ଜଣାପଡିଛି। ମାୟା ନାମକ ଯୁବତୀଙ୍କୁ ସେ ବିବାହ କରିଥିଲେ। ମାୟା ଓ ସିଦ୍ଧାର୍ଥଙ୍କର ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଏପ୍ରିଲ ୫ରେ ସିଦ୍ଧାର୍ଥ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସିଦ୍ଧାର୍ଥ ଭିଡିଓ କରିଛନ୍ତି। ଏହା ଖୁବ୍ ଭାଇରାଲ୍ ମଧ୍ୟ ହେଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ସିଦ୍ଧାର୍ଥଙ୍କ ପତ୍ନୀଙ୍କ ସୋସିଆଲ ମିଡିଆରେ ରିଲ୍ସ ବନାଇବାର ନିଶା ଥିଲା। ମାତ୍ର ତାଙ୍କ ରିଲନ୍ସରେ ଲୋକେ ଅଶ୍ଳୀଳ କମେଣ୍ଟ ଦେଉଥିଲେ। ଏହି କାରଣରୁ ସେ ମାୟାଙ୍କୁ ରିଲ୍ସ କରିବାକୁ ବାରଣ କରୁଥିଲେ। ମାତ୍ରା ମାୟା ଏହା ଶୁଣି ନଥିଲେ। ମହିଳା ଜଣକ ନ ମାନିବାରୁ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି। ଉଭୟଙ୍କ ମଧ୍ୟରେ ରିଲ୍ସ ପାଇଁ ଅନେକ ସମୟରେ ବିବାଦ ମଧ୍ୟ ହେଉଥିଲା। ଝଗଡା ହେବା ପରେ ମହିଳା ଜଣକ ଘର ଛାଡି ନିଜ ବାପ ଘରକୁ ପଳାଇଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ଚିନ୍ତିତ ରହି ଆତ୍ମହତ୍ୟା କରିଛନ୍ତି।
Powered by Froala Editor