ରାଜପଥରେ ଏସିଡ୍ ଟ୍ୟାଙ୍କର ଲିକ୍
୧୬ ନଂ ଜାତୀୟ ରାଜପଥ ଚଂପାଗଡ ଛକ ଓସକେଇ ଖୋଲ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ ହୋଇଛି । ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇପଡ଼ିଛି। ହାଇଡ୍ରୋକ୍ଲୋରାଇଡ୍ ଟ୍ୟାଙ୍କର ଟି ଗଂଜାମରୁ କୋଲକତା ଯାଉଥିଲା । ଟ୍ୟାଙ୍କର ଭଲଭ୍ କଟିଯିବାରୁ ଏସିଡ୍ ଲିକ ହୋଇଛି। ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନୀଶମ ବାହିନୀ ପହଂଚି ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରି ପରିସ୍ଥିତିକୁ ନିୟନ୍ତ୍ରର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆଉ ଏକ ଅଗ୍ନିଶମ ବାହିନୀ ଘାଡ଼ି ଜଙ୍କିଆରୁ ଆସି ପହଁଚିଛି ।
ମିଳିଥିବା ଖବର ମୁତାବକ, ଯେହେତୁ ଜାତୀୟ ରାଜପଥ ଉପରେ ଗାଡିଟି ଲିକ ହୋଇଛି ଏବଂ ଏସିଡ ନିର୍ଗତ ହୋଇଛି । ତେଣୁ ଜନଜୀବନକୁ ପ୍ରାଧାନ୍ୟ ଦେଇ ପୋଲିସ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି । ଜାତୀୟ ରାଜପଥରେ ଅନ୍ୟ କୌଣସି ଗାଡ଼ି ଯେପରି ଯା ଆସ ନକରେ, ସେଥିପାଇଁ ପ୍ରାଧାନ୍ୟ ଦେଇଛି । ନିକଟରେ ଜନବସତି ନଥିବାରୁ ଆଶ୍ୱସ୍ଥି ଲାଭ କରିଛି ଅଗ୍ନିଶମ ବାହିନୀ ।
Powered by Froala Editor