କରୋନା ସଂକ୍ରମଣ ଆଶଙ୍କାରେ ତାରାତାରିଣୀ ମନ୍ଦିର ବନ୍ଦ

ଗଞ୍ଜାମ: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି ।
କରୋନା ସଂକ୍ରମଣ ଆଶଙ୍କାରେ ଗଞ୍ଜାମ ଜିଲ୍ଲାପାଳ ନୂଆ କଟକଣା ଜାରି କରିଛନ୍ତି । ଏଣିକି ପ୍ରତି ଶନିବାର ଓ ରବିବାର ଗୋପାଳପୁର ଓ ସୁନାପୁର ବିଚ ବନ୍ଦ ରହିବ । ସେହିପରି ସୋମବାର ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଏହାଛଡ଼ା ପ୍ରତି ବୁଧବାର ମା’ ତାରାତାରିଣୀ ମନ୍ଦିରକୁ ମଧ୍ୟ ବନ୍ଦ ରଖିବା ପାଇଁ ନିଆଯାଇଛି । ଏହି ଅବସରରେ ଜିଲ୍ଲାପାଳ ବ୍ରହ୍ମପୁରବାସୀ ଓ ପର୍ଯ୍ୟଟକମାନଙ୍କୁ ଏନେଇ ସହଯୋଗ କରିବାକୁ ଅପିଲ କରିଛନ୍ତି ।
ପ୍ରକାଶ ଯେ, ଆଜି ରାଜ୍ୟରେ ଆଉ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁଗଞ୍ଜାମରେ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।