ନିର୍ବାଚନ ବିଗାଡ଼ିବାକୁ ଏଆଇ ଅସ୍ତ୍ର : ବିଘ୍ନ ସୃଷ୍ଟିକାରୀ ମିମ୍, କଣ୍ଟେଣ୍ଟ ପ୍ରସ୍ତୁତ କରିପାରେ ଚାଇନା
ମାଇକ୍ରୋସଫ୍ଟ ଭାରତରେ ହେବାକୁ ଥିବା ନିର୍ବାଚନକୁ ନେଇ ଚେତାବନୀ ଜାରି କରିଛି। ମାଇକ୍ରେସଫ୍ଟ କହିଛି, ୨୦୨୪ରେ ହେବାକୁ ଥିବା ହାଇପ୍ରୋଫାଇଲ ନିର୍ବାଚନରେ ଚାଇନା କିଛି ବିଘ୍ନ ଘଟେଇବାକୁ ଯାଉଛି। ଉତ୍ତର କୋରିଆ ସହ ମିଶି ଚାଇନା ନିର୍ବାଚନୀ ଦେଶଗୁଡିକରେ ସାଇବର ଆଟାକ୍ କରିବ ବୋଲି ଆଶଙ୍କା ରହିଛି।
ଏହାପୂର୍ବରୁ ଚାଇନା, ତାଇଓ୍ବାନାରେ ଏପରି କାଣ୍ଡ ଘଟେଇ ସାରିଛି। ଜାନୁଆରୀରେ ତାଇଓ୍ବାନର ରାଷ୍ଟ୍ରପତି ନିର୍ବାଚନରେ ଏଆଇ ବ୍ୟବହାର କରି ଚାଇନା ଦ୍ୱାରା ଏପରି ବାଧାବିଘ୍ନ ସୃଷ୍ଟି କରାଯାଇଥିଲା। ଷ୍ଟ୍ରମ ୧୩୭୬ ନାମକ ବେଜିଂ ସମର୍ଥିତ ଗ୍ରୁପ୍ ତାଇଓ୍ବାନ ନିର୍ବାଚନ ସମୟରେ ସକ୍ରିୟ ଥିଲା। ଏହାକୁ କିଛି ପ୍ରାର୍ଥୀଙ୍କୁ ବଦନାମ କରିବା ପାଇଁ ଏଆଇ ପ୍ରସ୍ତୁତ ମିମ୍ ଓ କଣ୍ଟେଣ୍ଟ ପ୍ରସ୍ତୁତ କରାଯାଉଥିଲା।
ମାଇକ୍ରୋସଫ୍ଟ କହିଛି, ଯେ, ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଚାଇନା ଏଆଇ କଣ୍ଟେଣ୍ଟ ପ୍ରସ୍ତୁତ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଭାଇରାଲ କରିବ। ଯାହାକୁ ନେଇ ଦଙ୍ଗା ସୃଷ୍ଟି ହୋଇପାରେ । ନିର୍ବାଚନକୁ ଗୋଳମାଳିଆ କରିବାକୁ ଏପରି ଏଆଇ କଣ୍ଟେଣ୍ଟ ପ୍ରଦସ୍ତୁତ କରିବାରେ ଚାଇନା ମାହିର । ତେଣୁ ପୂର୍ବରୁ ସତର୍କ ରହିବାକୁ ମାଇକ୍ରୋସଫ୍ଟ ଚେତାବନୀ ଦେଇଛି । ନହେଲେ ଦେଶରେ ଅରାଜକତା ସୃଷ୍ଟି ହୋଇପାରେ ।
Powered by Froala Editor