ଲଦାଖରେ ବାୟୁସେନା ହେଲିକପ୍ଟରର ଏମରଜେନ୍ସିଂ ଲ୍ୟାଣ୍ଡିଂ
ଲଦାଖରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟରର ଜରୁରୀ କାଳୀନ ଅବତରଣ ଘଟଣା ସାମ୍ନାକୁ ଆସିଛି। ଏକ ଅପରେସନାଲ ଟ୍ରେନିଂ ସମୟରେ ବାୟୁସେନାର ଏହି ହେଲିକପ୍ଟରର ଜୁରୁରୀକାଳୀନ ଲ୍ୟାଣ୍ଡିଂ କରିବାକୁ ପଡିଥିବା ସୂଚନା ମିଳିଛି।
ବୁଧବାର ସେନାର ଏକ ଆପାଚି ହେଲିକପ୍ଟର ପାହାଡିଆ ଅଞ୍ଚଳରେ ଜରୁରୀ କାଳୀନ ଅବତରଣ କରିଥିଲା। ହେଲିକପ୍ଟରରେ ଥିବା ଉଭୟ ପାଇଲଟ ସୁରକ୍ଷିତ ଅଛନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି। ବାୟୁସେନା ଏହି ଘଟଣାର କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ ଦେଇଛି।
ସୂଚନା ଅନୁଯାୟୀ, ଲଦାଖ ଏରିୟା ଅଫ୍ ରେସ୍ପନ୍ସବିଲିଟି(AOR)ରେ ଏହି ଘଟଣା ଘଟିଛି। ଟ୍ରେନିଂ ସମୟରେ ପାହାଡିଆ ଅଞ୍ଚଳ ଦେଇ ଗତି କରୁଥିବା ବେଳେ ହେଲିକପ୍ଟରକୁ କ୍ଷତି ପହଞ୍ଚିଥିଲା। ଏହାପରେ କୌଣସି ଅଘଟଣ ଘଟିବା ପୂର୍ବରୁ ଏହାକୁ ତୁରନ୍ତୁ ଲଦାଖରେ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଥିଲା। ଏଥିରେ ଥିବା ଦୁଇ ଜଣ ପାଇଲଟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ନିକଟସ୍ଥ ଏୟାରବେସ୍କୁ ପଠାଇ ଦିଆଯାଇଛି।
Powered by Froala Editor