ହଷ୍ଟେଲ ବନ୍ଦକୁ ବିରୋଧ କରି ବାଣୀବିହାର ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର: ହଷ୍ଟେଲ ବନ୍ଦକୁ ବିରୋଧ କରି ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ବିକ୍ଷୋଭ କରିବା ସହ ଏନଏଚ ଅବରୋଧ କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ହଷ୍ଟେଲ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ବିଏମସି ନିଦେ୍ର୍ଧଶରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବନ୍ଦ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନେ୍ଦାଳନ କରିଛନ୍ତି । ଫଳରେ ଏନଏଚରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ପରୀକ୍ଷା ସମୟରେ ହଷ୍ଟେଲ ଛାଡିବାକୁ କୁହାଯାଇଥିବାରୁ ଏହାକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ହଷ୍ଟେଲରେ ସଂକ୍ରମଣ ବ୍ୟାପିବାକୁ ଏଡ଼ାଇବା ନେଇ ବିଏମସି ପକ୍ଷରୁ ବନ୍ଦ ନିଦେ୍ର୍ଧଶ ଦିଆଯାଇଥିଲା । ଆସନ୍ତା ୧୨ ସୁଦ୍ଧା ୪ର୍ଥ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ନିଦେ୍ର୍ଧଶ ରହିଛି । ସେହିପରି ୧୬ ତାରିଖ ସୁଦ୍ଧା ପ୍ରଥମ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ନିଦେ୍ର୍ଧଶ ରହିଛି ।