ଦର୍ଶକଙ୍କୁ ପସନ୍ଦ ଆସୁଛି କ୍ରୁ, ବକ୍ସ ଅଫିସ୍ରେ ଭଲ କଲେକ୍ସନ
ରାଜେଶ ଏ. କୃଷ୍ଣନଙ୍କ ନିର୍ଦେଶିତ ଦ୍ବିତୀୟ ଚଳଚ୍ଚିତ୍ର 'କ୍ରୁ' ମାର୍ଚ୍ଚ ୨୯ରେ ସିନେମା ହଲ୍ରେ ମୁକ୍ତିଲାଭ କରିଛି । ବର୍ତ୍ତମାନ ଫିଲ୍ମକୁ ନେଇ ଦର୍ଶକଙ୍କର ଭଲ ରିଭ୍ୟୁ ମିଳିଛି । ତେବେ ଲୋକମାନେ ଫିଲ୍ମ 'କ୍ରୁ' କୁ ଏକ ଫୁଲ୍ ଏଣ୍ଟଟେନିଙ୍ଗ ଫିଲ୍ମ ବୋଲି କହୁଛନ୍ତି । ଏହା ହେଉଛି ଗ୍ଲାମର୍, ଲୁଟ୍ ଓ ବ୍ୟଙ୍ଗର ଏକ ମଜାଳିଆ ମିଶ୍ରଣ। ଦର୍ଶକ ଏହି ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି ।
କାହାଣୀରେ ଆରମ୍ଭରୁ ପ୍ରତ୍ୟେକଙ୍କ ପାରିବାରିକ ଜୀବନ ଓ ସଂଘର୍ଷ ବିଷୟରେ ଦର୍ଶକକୁ ସଂକ୍ଷେପରେ ଅବଗତ କରିଦିଆଯାଇଛି। ଏ ତିନିଜଣ ମଧ୍ୟବିତ୍ତ ବର୍ଗର ଉଚ୍ଚାଭିଳାଷକୁ ପ୍ରତିନିଧିତ୍ବ କରୁଥିବା ବେଳେ ଅର୍ବପତି ମାଲିକ ସେମାନଙ୍କୁ କିଭଳି ଅପରାଧୀରେ ପରିଣତ କରି ଶୋଷଣ କରୁଛନ୍ତି ତାହା ପ୍ରଥମେ ଦେଖାଯାଇଛି।
ଦୁଇଜଣ ଅଭିଜ୍ଞ ଅଭିନେତ୍ରୀଙ୍କ ସହିତ ମିଶି ଅପେକ୍ଷାକୃତ ନବାଗତା କୃତି ସେନନ ଅଭିନେତ୍ରୀ ରୂପେ ଆଉ ଏକ ସୋପାନ ଉପରକୁ ଉଠିବାରେ ସକ୍ଷମ ହୋଇଛନ୍ତି। 'ଏଆର୍ ହୋଷ୍ଟେସ୍' ଭାବେ କାମ କରିବା ଏକ ଆକର୍ଷଣୀୟ ପେସା ହୋଇ ରହିଛି। ତେବେ ଯେକୌଣସି କାମ ଭଳି ଏହି କାମ ଯେ ସମସ୍ୟା ଓ ଚାପରୁ ମୁକ୍ତ ନୁହେଁ ତାହାର ଏକ ବାସ୍ତବ ଚିତ୍ର ଏହି ଚଳଚ୍ଚିତ୍ର ଉପସ୍ଥାପନ କରିପାରିଛି।
ଏହା ସହ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଭଲ କଲେକ୍ସନ୍ ହୋଇଛି । ସୂଚନା ଅନୁସାରେ, ତବୁ, କ୍ରିତି ସାନନ୍, କରୀନା କପୁରଙ୍କ ଅଭିନୀତ ଫିଲ୍ମ 'କ୍ରୁ' ପ୍ରଥମ ଦିନରେ ୮.୭୫ କୋଟି ଟଙ୍କା ରୋଜଗାର କରିଛି । ଏହା ସହ ଫିଲ୍ମଟି ପୂରା ବିଶ୍ୱରେ କେତେ କଲେକ୍ସନ୍ କରିଛି, ତାହା ସାମ୍ନାକୁ ଆସିନାହିଁ । ଏହି ସିନେମାର ବଜେଟ୍ ପ୍ରାୟ ୫୦ କୋଟି ଟଙ୍କାରେ ତିଆରି କରାଯାଇଛି ।
Powered by Froala Editor