ଲାଞ୍ଚ ନେଇ ଗିରଫ ହେଲେ ସବ୍-ଇନ୍ସପେକ୍ଟର
ଲାଞ୍ଚ ନେଇ ଶହୀଦନଗର ଥାନାର ସବ୍-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଗିରଫ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ (DL)କୁ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ।
ଡିଏଲ୍ ଫେରାଇ ଦେବାକୁ ସବ୍-ଇନ୍ସପେକ୍ଟର ମୋଟ୍ ୫ ହଜାର ଟଙ୍କା ଅଭିଯୋଗକାରୀଙ୍କୁ ମାଗିଥିଲେ। ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ ଡିଏଲ୍ ଦେବେ ନାହିଁ ବୋଲି ସବ୍-ଇନ୍ସପେକ୍ଟର ତାଙ୍କୁ କହିଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ସବ୍-ଇନ୍ସପେକ୍ଟର ବାକି ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ।
ଲାଞ୍ଚ ନେଇ ସେ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
Powered by Froala Editor