ଦୁର୍ଘଟଣାଗ୍ରସ୍ତ କାର୍ ଭିତରୁ ଦୁଇ କ୍ବିଣ୍ଟାଲ ଗଞ୍ଜେଇ ଜବତ
କୋରାପୁଟ: ବ୍ରିଜ୍ ତଳେ ସନ୍ଦିଗ୍ଧ କାର୍ । କୋରାପୁଟ୍ କୁନ୍ଦୁରା ଥାନା କଟଲାପଦର ବ୍ରିଜ୍ ତଳୁ ଏକ ଦୁର୍ଘଟଣାଗ୍ରସ୍ତ କାର୍ ଜବତ ହୋଇଛି। କାରର ମାଲିକ କିଏ ଏବଂ କିପରି ଦୁର୍ଘଟଣା ଘଟିଲା , ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। କାରରେ କେହି ନଥିବାବେଳେ ଗାଡିରୁ ୪ଟି ନମ୍ବର ପ୍ଲେଟ୍ ଜବତ ହୋଇଛି। ଓଡିଶା ନମ୍ବର ପ୍ଲେଟ୍ ସହିତ ୩ଟି ଛତିଶଗଡ ନମ୍ବର ପ୍ଲେଟ୍ ମଧ୍ୟ ରହିଛି। ଏହାପରେ ଅଧିକ ସନ୍ଦେହ ବଢିଛି। କାରରୁ ପାଖାପାଖି ଦୁଇ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ସମ୍ପୃକ୍ତ କାରରେ ଗଞ୍ଜେଇ ଚାଲାଣ କରାଯାଉଥିବା ସନ୍ଦେହ କରି ପୁଲିସ୍ ତଦନ୍ତ କରୁଛି।
Powered by Froala Editor