ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ମୃତ, ମୋଟ ଆକ୍ରାନ୍ତଙ୍କ ମୃତ ସଂଖ୍ୟା ୧୯୨୪କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ କରୋନାଜନିତ ମୃତୁ୍ୟ ସଂଖ୍ୟା ୧୯୨୪କୁ ବୃଦ୍ଧି ପାଇଛି ।
ପ୍ରକାଶ ଯେ, କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ଆଉ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୬ ହଜାର ୮୦୮ରେ ପହଁଚିଛି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୪୯, ବାଲେଶ୍ୱରରେ ୧୦, ବରଗଡ଼ରେ ୮୪, ଭଦ୍ରକରେ ୨୪, ବଲାଙ୍ଗୀରରେ ୪୫, କଟକରେ ୬୩, ଦେବଗଡ଼ରେ ୩, ଢେଙ୍କାନାଳରେ ୨, ଗଜପତିରେ ୧, ଗଞ୍ଜାମରେ ୩୨, ଜଗତସିଂହପୁରରେ ୩, ଯାଜପୁରରେ ୨୬, ଝାରସୁଗୁଡ଼ାରେ ୩୬, କଳାହାଣ୍ଡିରେ ୧୦୮, କନ୍ଧମାଳରେ ୭, କେନ୍ଦ୍ରାପଡ଼ାରେ ୬, କେନ୍ଦୁଝରରେ ୬, ଖୋର୍ଦ୍ଧାରେ ୧୯୨, କୋରାପୁଟରେ ୮, ମୟୂରଭଞ୍ଜରେ ୫୨, ନବରଙ୍ଗପୁରରେ ୨୭, ନୟାଗଡ଼ରେ ୧୦, ନୂଆପଡ଼ାରେ ୮୨, ପୁରୀରେ ୨୮, ରାୟଗଡ଼ାରେ ୧୫, ସମ୍ବଲପୁରରେ ୮୨, ସୋନପୁରରେ ୧୨, ସୁନ୍ଦରଗଡ଼ରେ ୨୨୪, ରାଜ୍ୟ ପୁଲରେ ୪୫ ଜଣ ଚିହ୍ନଟ ହୋଇଛନ୍ତି । ସମ୍ପ୍ରତି ରାଜ୍ୟରେ ୫୯୪୧ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।