ସୁନ୍ଦରଗଡ଼ରେ ମହାବଳ : ଦଶନ୍ଧି ଧରି ଚିହ୍ନ ନଥିଲା, ବର୍ଷେ ହେଲା ଆସିଛି
ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲାରେ ମହାବଳ ବାଘ ଥିବା ସୂଚନା ମିଳିଛି। ଏହି ବାଘଟି ମଧ୍ୟପ୍ରଦେଶରୁ ଓଡ଼ିଶା ଶହ ଶହ କିଲୋମିଟର ଚାଲି ଚାଲି ଆସିଥିବା ଜଣାପଡିଛି। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏକ୍ସରେ ସୂଚନା ଦେଇଛନ୍ତି।
ଦୀର୍ଘ ବର୍ଷେ ହେଲା ସୁନ୍ଦରଗଡ଼ରେ ମହାବଳ ଥିବା ସଂକେତ ମିଳୁଥିଲା କିନ୍ତୁ କ୍ୟାମେରା ଟ୍ରାପରେ ଆସୁନଥିଲା। ମଧ୍ୟପ୍ରଦେଶ ସଞ୍ଜୟ ଡୁବୁରୀ ବ୍ୟାଘ୍ର ଅଭୟାରଣ୍ୟରୁ ବର୍ଷେ ହେଲା ଆସି ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ତୋଡ଼ା ରିଜର୍ଭ ଫରେଷ୍ଟ ରେଞ୍ଜରେ ଥିଲା । ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି କି ସୁନ୍ଦରଗଡ଼ରେ କିଛି ଦିନ ହେବ ମହାବଳର ସାଇନ୍ ମିଳୁଥିଲା। କିନ୍ତୁ ରିଜର୍ଭ ଫରେଷ୍ଟ ରେଞ୍ଜରେ ଲଗାଯାଇଥିବା କ୍ୟାମେରାରେ କଏଦ ହୋଇନଥିବାରୁ ଆମେ ସ୍ପଷ୍ଟ ଭାବେ କହିପାରୁନଥିଲୁ। ତେବେ କ୍ୟାମେରାରେ ବାଘ ଥିବା ସ୍ପଷ୍ଟ ହେବା ପରେ ସୋସିଆଲ ମିଡ଼ିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ବର୍ତମାନ ୩୦ଟି ବାଘ ରହିଛନ୍ତି। ଏଠି ମଧ୍ୟରୁ ୮ଟି ଛୁଆ ଅଟନ୍ତି। ଅଲ ଓଡିଶା ଟାଇଗର ଏଷ୍ଟିମେସନ ଅନୁସାରେ ମୋଟ ବାଘ ମଧ୍ୟରୁ ୧୪ଟି ବାଘୁଣୀ ଓ ୧୩ଟି ବାଘଙ୍କୁ କ୍ଯାମେରା ଜରିଆରେ ଠାବ କରାଯାଇଥିବାବେଳେ ଆଉ ୩ଟି ବାଘ ଶିମିଳିପାଳରେ ଥିବା ସୂଚନା ମିଳିଛି।
Powered by Froala Editor