ମେଣ୍ଟ ପ୍ରସଙ୍ଗକୁ ନେଇ ଏହା କହିଲେ ଜୁଏଲ ଓରାମ
ଭୁବନେଶ୍ୱର: ବାଜିସାରିଛି ନିର୍ବାଚନୀ ବିଗୁଲ । ଏବେ ପ୍ରାର୍ଥୀ ଚୟନର ସମୟ । ଆଉ ଆଶାୟୀ ପ୍ରାର୍ଥୀମାନେ ଟିକେଟ ପାଇଁ ନିଜ ନିଜର ଲବି ଆରମ୍ଭ କରିଦେଇଛନ୍ତି । ତେବେ ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବ କି ନାହିଁ ତାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିର୍ବାଚନ ବିଗୁଲ ବାଜି ସାରିବା ପରେ ମଧ୍ୟ ଏ ଦ୍ୱନ୍ଦ୍ୱ ହଟୁନାହିଁ । ଉଭୟ ଦଳର ନେତା କହୁଛନ୍ତି ମେଣ୍ଟ ସଂପର୍କରେ ନିଷ୍ପତ୍ତି ଶୀର୍ଷ ନେତା ନେବେ । କିନ୍ତୁ ଶୀର୍ଷ ନେତା କୌଣସି ମତ ରଖୁନଥିବା ବେଳେ ଆଶା ଆଶଙ୍କାରେ ରହୁଛନ୍ତି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଟିକେଟ ଆଶାୟୀ, ନେତା ଓ କର୍ମୀ । ବିଜେଡି-ବିଜେପି ମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଏବେ ବି ଥମିନାହିଁ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଭାଜପା ଏମ୍ପି ଜୁଏଲ ଓରାମ କହିଛନ୍ତି, ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। କେନ୍ଦ୍ର ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବ ତାହା ହିଁ ଶେଷ ନିଷ୍ପତ୍ତି ବୋଲି ସେ କହିଛନ୍ତି। ତାଲିକା କେନ୍ଦ୍ରକୁ ପଠାଯାଇଛି, କେନ୍ଦ୍ର ଯାହା ନିଷ୍ପତ୍ତି ନେବ।
Powered by Froala Editor