ଖଟଲାପଦର ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି, ୨ ମୃତ
କୁନ୍ଦୁରା: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ଖଟଲାପଦର ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି। ୨ ମୃତ, ୧୨ ଆହତ। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା। ୩ ଗୁରୁତରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଣେ ଆହତମାନଙ୍କର କୁନ୍ଦୁରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ଚାଲିଛି। ତେଣେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି।
ସୂଚନା ଅନୁଯାୟୀ, ଗାଡ଼ିଟି ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଧଳପୁରରୁ ପ୍ରାୟ ୪୦ଜଣ ବରଯାତ୍ରୀଙ୍କୁ ନେଇ ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ନୂଆଗାଁକୁ ଯାଉଥିଲା।
Powered by Froala Editor