ଚନ୍ଦ୍ରଭାଗା ବେଳାଭୂମିରୁ ଉଦ୍ଧାର ହେଲା ଡଲଫିନ ଶାବକର ମୃତଦେହ

କୋଣାର୍କ : କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ନିକଟରୁ ଏକ ବିରଳ ପ୍ରଜାତିର ଡଲଫିନ ଶାବକର ମୃତଦେହ ଉଦ୍ଧାର ହୋଇଛି। ଟ୍ରଲର ଧକ୍କାର ଡଲଫିନ ଶାବକର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ଚନ୍ଦ୍ରଭାଗା ବେଳାଭୂମି ଠାରୁ ଅଳ୍ପ ଦୂରରେ ସମୂଦ୍ର ମଧ୍ୟରେ ବେଆଇନ୍ ଟ୍ରଲର ଚଳାଚଳ କରିବା ଯୋଗୁଁ ପୂର୍ବରୁ ଅନେକ ସମୟରେ ବିରଳ ପ୍ରଜାତିର ଅନେକ ଜଳଚର ଜୀବ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ମଧ୍ୟ ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ ଚନ୍ଦ୍ରଭାଗା ବେଳାଭୂମିରେ ପଡିଥିବା ମୃତ ଡଲଫିନ ଶାବକକୁ ତରବରିଆ ଭାବେ ବନ ବିଭାଗର କର୍ମଚାରୀମାନେ ଅଜଣା ସ୍ଥାନରେ ପୋତି ଦେଇଥିବା ସନ୍ଦେହ କରାଯାଉଛି।