ଅଗ୍ନି-୫ର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିମି
ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଅଗ୍ନି-୫ ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ଡିଆର୍ଡିଓର ‘ମିଶନ ଦିବ୍ୟାସ୍ତ୍ର’ର ସଫଳ ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଦିବ୍ୟାସ୍ତ୍ର ପାଇଁ ଆମେ ଡିଆରଡିଓକୁ ନେଇ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଓଡ଼ିଶାର ବାଲେଶ୍ବର ଜିଲାରେ ଅବସ୍ଥିତ ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ଅନ୍ତର୍ଦେଶୀୟ ବାଲାଷ୍ଟିକ ମିଜାଇଲର ୨୫ତମ ଭର୍ସନର ପରୀକ୍ଷା କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିମି ରହିଛି। ଏହା ସହିତ ୧୫ଟନ୍ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।
ଏହାକୁ ଡିଆରଡିଓ ଓ ଭାରତୀୟ ଡାଇନେମିକ୍ସ ଲିମିଟେଡ (BDL) ମିଳିତ ଭାବେ ବିକଶିତ କରିଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ କଥା ଏହାର ରେଞ୍ଜରେ ଚୀନ ସମେତ ଏକାଧିକ ଦେଶ ଆସିଯାଉଛନ୍ତି । ତେଣୁ ଚୀନ ସବୁ ବେଳେ ଭାରତର ଅଗ୍ନି-୫କୁ ନେଇ କିଛି ନା କିଛି କଥା ପ୍ରଚାର କରି ଆସିଛି ।
Powered by Froala Editor