ମିସ୍ ୱାର୍ଲଡ୍ ୨୦୨୪ର ବିଜେତା ହେଲେ କ୍ରିଷ୍ଟିନା ପାଇସ୍କୋଭା
ନୂଆଦିଲ୍ଲୀ: ମିସ୍ ୱାର୍ଲଡ୍ ୨୦୨୪ର ବିଜେତା ହୋଇଛନ୍ତି ଚେକ୍ ରିପବ୍ଲିକ୍ର କ୍ରିଷ୍ଟିନା ପାଇସ୍କୋଭା। ଶନିବାର ମୁମ୍ବାଇର ଜିଓ ୱାର୍ଲ୍ଡ କନ୍ଭେନସନ ସେଣ୍ଟରରେ ଅନୁଷ୍ଠିତ ମିସ୍ ୱାର୍ଲଡ୍ର ୭୧ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେରେ ୨୪ ବର୍ଷୀୟା କ୍ରିଷ୍ଟିନାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଲେବାନନର ୟସମୀନା ଜୈତୁନ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । କ୍ରିଷ୍ଟିନା ପାଇସ୍କୋଭାଙ୍କୁ ମିସ୍ ୱାର୍ଲଡ୍ ମୁକୁଟ ପିନ୍ଧାଇଥିଲେ ଗତବର୍ଷର ମିସ୍ ୱାର୍ଲଡ୍ ବିଜେତା କାରୋଲିନା ବିଲାୱସ୍କା। କ୍ରିଷ୍ଟିନା ଜଣେ ଛାତ୍ରୀ। ସେ ଉଭୟ ଆଇନ୍ ଓ ବ୍ୟବସାୟ ପରିଚାଳନାରେ ଡିଗ୍ରୀ ହାସଲ କରିବା ପାଇଁ ଅଧ୍ୟୟନ କରୁଛନ୍ତି। ତା’ ସହିତ ସେ ମଡେଲିଂ ଓ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। କ୍ରିଷ୍ଟିନା ପାଇସ୍କୋଭା ଫାଉଣ୍ଡେସନ ନାଁରେ ତାଙ୍କର ଏକ ସଂସ୍ଥା ରହିଛି, ଯାହା ମାଧ୍ୟମରେ ସେ ସମାଜ ସେବା କରୁଛନ୍ତି।
Powered by Froala Editor