କମ୍ପ୍ୟୁଟର ଶିକ୍ଷୟିତ୍ରୀଙ୍କ ଚୁଟି ଟାଣି ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ
ଜଣେ କମ୍ପ୍ୟୁଟର ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ କଥା ମାନିଲେନି ବୋଲି ତାଙ୍କୁ ସମସ୍ତଙ୍କ ସମ୍ନାରେ ଚୁଟି ଟାଣି ପିଟିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଘଟିଛି। ଏଠାରେ ଥିବା ଜୟପ୍ରକାଶ ନାରାୟଣ ସର୍ବୋଦୟ ବିଦ୍ୟାଳୟରେ ଏପରି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।
କମ୍ପ୍ୟୁଟର ଶିକ୍ଷୟତ୍ରୀ ଆଂଶିକାଙ୍କ ଅଭିଯୋଗ ଅନୁଯାୟୀ, ଗତ ୪ ତାରିଖରେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ କମ୍ପ୍ୟୁଟର ବ୍ୟତୀତ ଅନ୍ୟ ବିଷୟ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଅଧିକାରୀଜଣକ ଏଥିନିମନ୍ତେ ମନା କରିବା ସହ କେବଳ କମ୍ପ୍ୟୁଟର ପଢ଼ାଇବାକୁ ତାଙ୍କୁ କହିଥିଲେ। ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସେଠାରେ ପହଞ୍ଚି ଚୁଟି ଟାଣି ତାଙ୍କୁ ପିଟାପିଟି କଲେ । ଏହା ସହ ତାଙ୍କ ଜାତିକୁ ନେଇ ବି ଆକ୍ଷେପ କରିଥିଲେ ।
Powered by Froala Editor