କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର : ୪% ବଢିଲା ମହଙ୍ଗା ଭତ୍ତା
କେନ୍ଦ୍ର ସରକାର ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ମହଙ୍ଗା ଭତ୍ତା ବା DA ବଢ଼ାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ଏହି ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ମହଙ୍ଗା ଭତ୍ତାକୁ ସରକାର ୪% ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହି ବୃଦ୍ଧି ସହିତ ସେମାନଙ୍କ ମହଙ୍ଗା ଭତ୍ତା ୫୦%ରେ ପହଞ୍ଚିଛି। ଗୁରୁବାର ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଏହା ପୂର୍ବରୁ କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଗତ ବର୍ଷ ଅକ୍ଟୋବର ମାସରେ ବଢ଼ାଇଥିଲେ। ସେତେବେଳେ ବି ସରକାର ୪% ବୃଦ୍ଧି କରିଥିଲେ। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ୪ ପ୍ରତିଶତ ଡିଏ ବୃଦ୍ଧି ଦ୍ବାରା ସରକାରଙ୍କୁ ଅତିରିକ୍ତ ୧୨,୮୬୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
Powered by Froala Editor