ଟିକା ସଂକଟ ! କେଉଁ ରାଜ୍ୟରେ କେତେ ଟିକା ଅଛି ଜାଣନ୍ତୁ

ଭୁବନେଶ୍ୱର : ଦେଶର ବିଭିନ୍ନ ରାଜ୍ୟକୁ ଏଯାବତ ୧୧୧୩୫୫୬୯୦ ଡୋଜ ଟିକା ଯୋଗାଇ ଦିଆଯାଇଥିବାବେଳେ ୯୧୬୦୪୯୩୦ ଡୋଜ ଟିକା ଲୋକମାନଙ୍କୁ ଦିଆଯାଇଛି । ସମ୍ପ୍ରତି ଦେଶରେ ୫.୫ ଦିନ ପାଇଁ ଟିକା ଥିବାବେଳେ କେଉଁ ରାଜ୍ୟରେ କେତେ ଟିକା ଅଛି ଜାଣନ୍ତୁ । ଅପ୍ରେଲ ପହିଲାରୁ ରାଜ୍ୟମାନଙ୍କରେ ଦିଆଯାଉଥିବା ହାରାହାରି ଦୈନିକ ଟିକା ସଂଖ୍ୟା ଓ ସଂପୃକ୍ତ ରାଜ୍ୟରେ ଉପଲବ୍ଧ ଟିକା ଆଧାରରେ ଏହି ପରିସଂଖ୍ୟାନ ପ୍ରଦାନ କରାଯାଇଛି ।
ଆନ୍ଧ୍ରପ୍ରଦେଶ : ୧.୨ ଦିନ, ବିହାର : ୧.୬ ଦିନ, ଉତରପ୍ରଦେଶ : ୨.୫ ଦିନ, ଉତରାଖଣ୍ଡ ୨.୯, ଓଡ଼ିଶା ୩.୨, ମଧ୍ୟପ୍ରଦେଶ ୩.୫, ମହାରାଷ୍ଟ୍ର ୩.୮, ରାଜସ୍ଥାନ ୪, ଜାମ୍ମୁକାଶ୍ମୀର ୪.୧, ଝାରଖଣ୍ଡ ୫, ପଶ୍ଚିମବଙ୍ଗ ୫.୧, ଛତିଶଗଡ଼ ୫.୩, ଦିଲ୍ଲୀ ୫.୭, ଗୁଜୁରାଟ ୫.୯, ପଞ୍ଜାବ ୬.୯, ଆସାମ : ୭.୮, କର୍ଣ୍ଣାଟକ ୮.୨, ହିମାଚଳପ୍ରଦେଶ ୯.୪, ହରିୟାଣା ୧୨.୩, କେରଳ ୧୩.୬, ତେଲେଙ୍ଗାନା ୧୩.୮, ଚଣ୍ଡୀଗଡ଼ ୨୧.୬, ଗୋଆ ୨୩.୨, ତାମିଲନାଡ଼ୁ ୪୫ ଦିନ ।