ଫେସବୁକ୍, ଇନଷ୍ଟାଗ୍ରାମ ସର୍ଭର ଡାଉନ୍

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଡାଉନ୍ ହୋଇଛି । ଭାରତ ସମେତ ପୂରା ବିଶ୍ୱରେ ମେଟା ସର୍ଭର ଡାଉନ ହୋଇ ଯାଇଛି। ମଙ୍ଗଳବାର ଉଭୟ ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ଭିନ୍ନ ଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଜଣାପଡ଼ିଛି। କିଛି ଏହାକୁ ବ୍ୟବହାର କରିପାରୁ ନଥିବା ବେଳେ କିଛି ହଠାତ୍ ଲଗ୍ ଆଉଟ୍ ହେଉଥିବା ଦେଖାଯାଉଛି। ଏପରକି ଏହାର ପ୍ରଭାବ ମେସେଞ୍ଜର ଉପରେ ପଡ଼ିଥିବା ଦେଖିବାକୁ ମିଳୁଛି।
ଅନେକଙ୍କ ପାଖକୁ ପାସୱାର୍ଡ ବଦଳାଇବା ମେସେଜ ଆସୁଛି। ଫେସବୁକରେ ସମସ୍ୟା ଦେଖାଯାଇଥିବା ୩ ଲକ୍ଷରୁ ଅଧିକ ଲୋକ ଅଭିଯୋଗ କରି ସାରିଲେଣି। ସେହିପରି ଇନଷ୍ଟାଗ୍ରାମ ଅଚଳ ହୋଇ ଯାଇଥିବା ୨ ଲକ୍ଷ ଲୋକ ଅଭିଯୋଗ ଦାଖଲ କରିଛନ୍ତି।ସୋଶାଲ ମିଡିଆ ପ୍ଲାଟଫର୍ମ ବେଶ କିଛି ଘଣ୍ଟା ଧରି ଅଚଳ ରହିଥିଲେ ହେଁ ମେଟା ପକ୍ଷରୁ ଏ ସମ୍ପର୍କରେ ଏଯାଏ କିଛି ବି କୁହାଯାଇ ନାହିଁ।
Powered by Froala Editor