ଏପ୍ରିଲ ୮ରେ ମହାଜାଗତିକ ଦୃଶ୍ୟ, ଦିନରେ ଉଭାନ ହୋଇଯିବ ସୂର୍ଯ୍ୟ
ଚଳିତ ବର୍ଷ ପୃଥିବୀବାସୀ ଦେଖିବେ ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଏପ୍ରିଲ ୮ରେ ଦୃଶ୍ୟମାନ ହେବ ବିରଳ ମହାଜାଗତିକ ଦୃଶ୍ୟ। ଏହି ସମୟରେ ପରାଗ ସମ୍ପୂଣ୍ଣ ଭାବେ ସୂର୍ଯ୍ୟଙ୍କୁ ଗ୍ରାସ କରିବ, ଫଳରେ ଦିନରେ ରାତିର ଭ୍ରମ ସୃଷ୍ଟି ହେବ। ତେବେ ଏହି ପରାଗ ଖୁବ୍ ବିରଳ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। କାରଣ ୨୦୪୪ ମସିହା ପର୍ଯ୍ୟନ୍ତ ଆମେରିକା ଆକାଶରେ ଏପରି ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବନାହିଁ।
ଏହା ଏପରି ଏକ ସୂର୍ଯ୍ୟ ପରାଗ ହେବାକୁ ଯାଉଛି, ଯାହାକୁ ଦେଖିବା ପାଇଁ ଲୋକମାନଙ୍କୁ ସନ୍ ଗ୍ଲାସର ବ୍ୟବହାରରେ କରିବାକୁ ପଡ଼ିବନି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ସୂର୍ଯ୍ୟ ପରାଗକୁ ଖାଲି ଆଖିରେ ଦେଖିପାରିବେ। ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିହେବ।
Powered by Froala Editor