ଇଟାଲୀରେ ଟଙ୍କା ଚୋରି କଲେ ପାକିସ୍ତାନୀ ବକ୍ସର

ଦେବାଳିଆ ହେବା ପରେ ଏବେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଯାଇଛି। ଖାଇବାକୁ ପାଉ ନ ଥିବାବେଳେ ଦେଶର ନାଗରିକ ଏବେ ଚୋରି କରିବାକୁ ପଛାଉ ନାହାନ୍ତି। ନିକଟରେ ପାକିସ୍ତାନର ଜଣେ ଖେଳାଳି ବିଦେଶରେ ମହିଳା ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କରିଥିବାର ଲଜ୍ଜାକର ଘଟଣା ଘଟିଛି।
ସୂଚନାଯୋଗ୍ୟ, ବକ୍ସର ଜୋହେବ ରାସିଦ ୫ଜଣ ସଦସ୍ୟ ଥିବା ପାକିସ୍ତାନ ଟିମ୍ ସହିତ ଇଟାଲୀର ଅଲମ୍ପିକ କ୍ବାଲିଫିକେସନ ଇଭେଣ୍ଟରେ ଖେଳିବା ପାଇଁ ଯାଇଥିଲେ। ଏହି ସମୟରେ ଜୋହେବ ମହିଳା ସାଥୀ ଖେଳାଳି ଲେରା ଇକରାମଙ୍କ ପର୍ସରୁ ଟଙ୍କା ଚୋରି କରିଥିଲେ। ଏହାପରେ ଟିମକୁ ଛାଡି ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି। ଚୋରି ଘଟଣାକୁ କେନ୍ଦ୍ର କରି ପାକିସ୍ତାନ ବକ୍ସିଂ ଫେଡରେସନର ଜଣେ ଅଧିକାରୀ ଇଟାଲିରେ ପାକିସ୍ତାନ ଦୂତାବାସଙ୍କୁ ସୂଚନା ଦେଇଛନ୍ତି।
ପାକିସ୍ତାନ ବକ୍ସିଂ ଫେଡରେସନର ସେକ୍ରେଟେରି କର୍ନଲ ନାସିର ଅହମଦ କହିଛନ୍ତି, 'ଜୌହୈବ ରାସିଦ ପାଞ୍ଚଜଣ ସଦସ୍ୟ ଥିବା ପାକିସ୍ତାନ ଟିମ ସହିତ ଅଲମ୍ପିକ କ୍ବାଲିଫାଇଙ୍ଗ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଇଟାଲି ଯାଇଥିଲେ। କିନ୍ତୁ ସେ ସେଠାରେ ଯେଉଁଭଳି କାମ କରିଛନ୍ତି ଦେଶରେ ତଥା ବିଦେଶରେ ଆମ ଛବି ଖରାପ ହୋଇଯାଇଛି।
Powered by Froala Editor