ଖଣ୍ଡା ଧରି ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ, ଯୁବକକୁ ଖୋଜୁଛି ପୁଲିସ

ହାଇଦ୍ରାବାଦର ଜଣେ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋଶାଲ ମିଡିଆ ଜରିଆରେ ହତ୍ୟା କରିବାର ଧମକ ଦେଇଛି। ଏହି ଯୁବକଙ୍କ ନାମ ମୋହମ୍ମଦ ରସୁଲ। ଯୁବକ ଜଣକ ହାତରେ ଏକ ଖଣ୍ଡା ଧରି ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କହୁଛନ୍ତି କି, ଯଦି ଏଥର କଂଗ୍ରେସ କ୍ଷମତାକୁ ଆସେ ତାହେଲେ ସେ ମୋଦିଙ୍କୁ ହତ୍ୟା କରିବେ। ଏନେଇ କର୍ଣ୍ଣାଟକାର ୟାଦଗିରି ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ ମହମ୍ମଦ ରସୁଲ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ନକରାତ୍ମକ ଟିପ୍ପଣୀ ଦେଇ ଆସୁଛି । ମାତ୍ର ଏବେ ହାତରେ ଖଣ୍ଡା ଧରି ଏଭଳି ହତ୍ୟା ଧମକ ଦେବା ଘଟଣାକୁ ଗୁରୁତର ସହ ନେଇଛି କର୍ଣ୍ଣାଟକ ପୁଲିସ୍। ଏଣୁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି।
Powered by Froala Editor