ବିଭତ୍ସ: ମନିପର୍ସ ପାଇଁ ଯୁବକଙ୍କୁ ପିଟି ପିଟି ହତ୍ୟା
ବାରିପଦା: ଯୁବକଙ୍କୁ ପିଟି ପିଟି ହତ୍ୟା। ବାରିପଦା ସୁନଗଡିଆରେ ଅଭାବନୀୟ ଘଟଣା ଘଟିଛି । ଶନିବାର ସୁନଗଡିଆରେ ଥିବା ଟିବି ହସ୍ପିଟାଲ ଆଗରେ ରାମଚନ୍ଦ୍ର ମୁଖି ନାମକ ଯୁବକ ଏକ ମନି ପର୍ସ ପାଇଥିଲେ। ଏଥିରେ ୫୫୦ ଟଙ୍କା ଥିଲା। ଏହି ପର୍ସ ନିଜର ବୋଲି କିଛି ଯୁବକ ଦାବି କରିଥିଲେ। ଏହାକୁ ନେଇ ରାମଚନ୍ଦ୍ରଙ୍କ ସହିତ ସେମାନଙ୍କର ଯୁକ୍ତି ତର୍କ ହୋଇଥିଲା। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଗଣ୍ଡଗୋଳ ଉଗ୍ର ହେବା ପରେ ରାମଚନ୍ଦ୍ର ମୁଖିଙ୍କୁ ଅତି ବିଭତ୍ସ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକ ଉତ୍ତ୍ୟକ୍ତ ହୋଇ ଥାନା ଘେରାଉ କରିଥିଲେ । ପୁଲିସ ସହ ଠେଲାପେଲା ହୋଇଥିଲା। ବୁଝାସୁଝା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଛି। ହତ୍ୟାରେ ସମ୍ପୃକ୍ତ ଅଭିଯୋଗରେ ପୁଲିସ କିଛି ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି।
Powered by Froala Editor