ନିର୍ଯାତନା ଅସହ୍ୟ ହେଲା, ମାଓ ସଂଗଠନ ଛାଡ଼ିଲେ ଅନିତା ଓ ଲାଚୁ
ନିର୍ଯାତନା ସହି ନପାରି ମାଓ ସଂଗଠନ ଛାଡିଛନ୍ତି ମାଓ ଦମ୍ପତି । ଏମାନେ ହେଲେ କୋରସା ଲାଚୁ ଏବଂ ପତ୍ନୀ କୋରସା ଅନିତା। ଦମ୍ପତି ମାଙ୍ଗଲୁର କ୍ଷେତ୍ର କମିଟିର ମାଓବାଦୀ ଥିଲେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ପୁଲିସ ନିକଟରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କମଳଲୋଚନ କଶ୍ୟପ,ଡେପୁଟି ପୁଲିସ ଅଧ୍ୟକ୍ଷକ ଆଶିଷ କୁଞ୍ଜାମ, ଅତିରିକ୍ତ ଏସପି ପଙ୍କଜ ଶୁକ୍ଳାଙ୍କ ସମ୍ମୁଖରେ ଏହି ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ପୁଲିସ ତରଫରୁ ଏହି ଦମ୍ପତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ସମସ୍ତ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି।
ଗତ୨୦୦୨ ମସିହାରେ ଏହି ଦମ୍ପତି ମାଓ ସଂଗଠନରେ ସାମିଲ ହୋଇଥିଲେ। ୨୦୦୮ ମସିହାରେ ଲାଚୁ ଅନିତାକୁ ବିବାହ କରିଥିଲେ। ୨୦୧୯ରେ କୋରସା ଲାଚୁ ପଦନ୍ନୋତି ପାଇ ମିଲିସିଆ କମାଣ୍ଡର ବନିଥିଲେ। ତେବେ ଦୀର୍ଘ ଦିନ ଧରି ମାଓ ସଂଗଠନରେ କାମ କରିବା ପରେ ମଧ୍ୟ ଏମାନଙ୍କୁ ସେପରି ବ୍ୟବହାର ପ୍ରଦର୍ଶନ କରାଯାଉନଥିଲା। ଯାହାଫଳରେ ସେମାନେ ମାଓ ଆଦର୍ଶ, ଜୀବନଶୈଳୀରେ ଅସନ୍ତୁଷ୍ଟ ହୋଇ ସଂଗଠନ ଛାଡିବା ପାଇଁ ସ୍ଥିର କରିଥିଲେ।
Powered by Froala Editor