ରାଜ୍ୟରେ ବିଜେପି ସରକାର ଗଢିବ : ମନମୋହନ ସାମଲ
ଭୁବନେଶ୍ଵର: ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବନାହିଁ, ବିଜେପି ଏକାକୀ ଲୋକସଭା ନିର୍ବାଚନ ଲଢିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସ୍ପଷ୍ଟ କରିଛନ୍ତି। ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମନମୋହନ। ୧୪୭ ଆସନ ବିଶିଷ୍ଟ ବିଧାନସଭା ଏବଂ ୨୧ ଲୋକସଭା ଆସନରେ ବିଜେପି ଏକା ଲଢିବ। ଏହାସହିତ ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ବାଢିଛନ୍ତି ରାଜ୍ୟ ସଭାପତି। ସେପଟେ ୨୪ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇପାରେ ପ୍ରଥମ ପର୍ଯ୍ୟାୟ ତାଲିକା। ଯେକୌଣସି ମୂହୁର୍ତ୍ତରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇପାରେ ବୋଲି ସୂଚନା ମିଳିଛି।
Powered by Froala Editor