ଓଜେଇଇ ସ୍ଥଗିତ, ପରୀକ୍ଷା ଆୟୋଜନ ନେଇ ଜୁଲାଇ ପ୍ରଥମ ସପ୍ତାହରେ ନିଆଯିବ ନିଷ୍ପତ୍ତି
କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)କୁ ସ୍ଥଗିତ କରି ଦିଆଯାଇଛି । ଜୁନ ୧୭ରୁ ୨୪ ମଧ୍ୟରେ ପରୀକ୍ଷା ଧାର୍ଯ୍ୟ ହୋଇଥିଲା। ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ଆୟୋଜନ ନେଇ ତାରିଖ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ଅନଲାଇନ ଆବେଦନକୁ ଜୁଲାଇ ୧୨ ପର୍ଯ୍ୟନ୍ତ ବଢାଯାଇଛି। ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସାମିଲ ହେବା ପାଇଁ ଏଯାଏଁ ଆବେଦନ କରି ନଥିଲେ, ସେମାନଙ୍କୁ ଆଉ ଏକ ସୁଯୋଗ ମିଳିଛି । ଛାତ୍ରଛାତ୍ରୀମାନେ ୨୦୨୧ ଜୁଲାଇ ୧୨ ସୁଦ୍ଧା ଆବେଦନ କରିପାରିବେ । ଏଥିପାଇଁ ସେମାନେ ୨୦୨୧ ଜୁଲାଇ ୧୪ ମଧ୍ୟରେ ଫି’ ଦାଖଲ କରିପାରିବେ ।
Powered by Froala Editor